ଓଡ଼ିଶା

ଓଡ଼ିଆ ନୂଆବର୍ଷ ଅବସରରେ ଶାନ୍ତି ଅନୁଷ୍ଠାନ ପକ୍ଷରୁ ଶୀତଳ ବାମ୍ଫ ସେବା ଆରମ୍ଭ

ପୁରୀ() ଗୁରୁବାର ଓଡ଼ିଆ ନୂଆବର୍ଷ ଅବସରରେ ଶାନ୍ତି ଅନୁଷ୍ଠାନ ପକ୍ଷରୁ ଏକ ନିଆରା ଢଙ୍ଗରେ ଓଡ଼ିଆ ନୂଆ ବର୍ଷକୁ ପାଳନ କରିବା ସଙ୍ଗେ ଶୀତଳ ବାମ୍ଫ ସେବା ଆରମ୍ଭ କରାଯାଇଛି। ସହରକୁ ଆସୁଥିବା ତୀର୍ଥଯାତ୍ରୀ, ପର୍ଯ୍ୟଟକ ଏବଂ ଅନ୍ୟାନ୍ୟ ବ୍ୟକ୍ତି ମାନଙ୍କୁ ଏହି ସେବା ଯୋଗାଇ ଦିଆଯାଇଛି। ଅନୁଷ୍ଠାନ ପକ୍ଷରୁ ଆଜକୁ ପ୍ରାୟ ୨୦ ବର୍ଷ ଧରି ଏହି ସେବା ନିରବଛିନ୍ନ ଭାବେ କରାଯାଇଥିବା ବେଳେ କରୋନା ପାଇଁ ଗତ ୨ବର୍ଷ ଏହି ସେବା ବନ୍ଦ ଥିଲା।

ଗୁରୁବାର ପ୍ରବଳ ଉତ୍ସାହ ଉଲ୍ଲାସ ମଧ୍ୟରେ ଏହି ସେବା ଟାଉନହଲ ଛକଠାରେ ଆରମ୍ଭ ହୋଇଛି। ସ୍ଥାନୀୟ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଏହାକୁ ଉଦଘାଟନ କରିଥିବା ବେଳେ ଉପଜିଲ୍ଲାପାଳ ଭବତାରଣ ସାହୁ, ପୂର୍ବତନ ନଗରପାଳ ଗୌରହରି ପ୍ରଧାନ, ପୂର୍ବତନ କାଉନ୍ସିଲର ଭକ୍ତ ଦାସଙ୍କ ସମେତ ବହୁ ମାନ୍ୟଗଣ୍ୟ ଭଦ୍ରବ୍ୟକ୍ତି, ଭଦ୍ର ମହିଳା ଯୋଗ ଦେଇଥିଲେ।

ଶୀତଳ ବାମ୍ଫ ସେବା ରାଜ୍ୟ ଓ ରାଜ୍ୟ ବାହାରେ ବେଶ୍ ଆଦ୍ରୁତ ହୋଇସାରିଛି। ଅନୁଷ୍ଠାନର ସଭାନେତ୍ରୀ ସଂଘମିତ୍ରା ଦାସ ଓ ସପାଡ଼କ ପଦ୍ମନାଭ ତ୍ରିପାଠୀଙ୍କ ସମେତ ଅନୁଷ୍ଠାନର ସଦସ୍ୟ ସଦସ୍ୟାମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com