ଅନ୍ତର୍ଜାତୀୟ

ଜୋହାନ୍ସବର୍ଗରେ ୧୫ତମ ବ୍ରିକ୍ସ ସମ୍ମିଳନୀରେ ସାମିଲ୍ ହେବେ ମୋଦି, ୪ ଦିନିଆ ଗସ୍ତ

ଦକ୍ଷିଣ ଆଫ୍ରିକାରେ ହେବ ମୋଦି-ଜିନପିଙ୍ଗ୍ ଭେଟ। ଡେଲିଭରି ହେବ ଡାଏଲଗ୍। ଗୋଟିଏ ପଟେ ଚୀନ-ଭାରତ ମଧ୍ୟରେ ସୀମା ବିବାଦ ପ୍ରସଙ୍ଗ ରହିଥିବା ବେଳେ ବ୍ରିକ୍ସ ସମ୍ମିଳନୀ ଅବସରରେ ଦୁଇଦେଶର ତୁଙ୍ଗ ନେତୃତ୍ଵଙ୍କ ଭେଟଘାଟ ହେବ। ଏଥିପାଇଁ ୪ ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଅଗଷ୍ଟ ୨୨ ସକାଳେ ଯାତ୍ରା ଆରମ୍ଭ କରିଛନ୍ତି ।

ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପରେ ମୋଦି ଗ୍ରୀସ ଯିବେ। ଜୋହାନ୍ସବର୍ଗରେ ହେବାକୁ ଥିବା ୧୫ତମ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଅଂଶଗ୍ରହଣ କରି ସେଠାରୁ ଅଗଷ୍ଟ ୨୫ରେ ସେ ଦିନିକିଆ ଗ୍ରୀସ୍ ଗସ୍ତରେ ଯିବା ନେଇ ସୂଚନା ରହିଛି । ରାଷ୍ଟ୍ରପତି ମାଟାମେଲା ସିରିଲ ରାମାଫୋସାଙ୍କ ନିମନ୍ତ୍ରଣ କ୍ରମେ ମୋଦି ଗସ୍ତ ଆରମ୍ଭ କରିଛନ୍ତି।

ବ୍ରିକ୍ସ ସମ୍ମିଳନୀରେ ଆୟୋଜିତ ହେବା ପାଇଁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବ୍ରିକ୍ସ-ଆଫ୍ରିକା ଆଉଟରିଚ୍ ଏବଂ ବ୍ରିକ୍ସ ପ୍ଲସ୍ ଡାଏଲଗରେ ମଧ୍ୟ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି ସମ୍ମିଳନୀରେ ଦକ୍ଷିଣ ଆଫ୍ରିକା ଦ୍ୱାରା ନିମନ୍ତ୍ରିତ ହୋଇଥିବା ଅନ୍ୟ ଦେଶ ମଧ୍ୟରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ୍ ମଧ୍ୟ ସାମିଲ ହେବେ । ଦୀର୍ଘ ଦିନ ହେବ ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ଦୁଇ ଦେଶର ମୁଖ୍ୟ ଗୋଟିଏ ମଞ୍ଚରେ ଏକାଠି ହେବାକୁ ଯାଉଥିବାରୁ ଚର୍ଚ୍ଚା ଜୋର ଧରିଛି । ସେପଟେ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ପ୍ରବାସୀ ଭାରତୀୟ ।

ଦକ୍ଷିଣ ଆଫ୍ରିକା ଗସ୍ତ ପରେ ମୋଦି ଅଗଷ୍ଟ ୨୫ ତାରିଖରେ ଗ୍ରୀସ୍ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ କ୍ରମେ ସେଠାକୁ ଗସ୍ତ କରିବେ । ଏଠାରେ କହିରଖୁଛୁ ଯେ ୪୦ ବର୍ଷରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ହେଉଛି ପ୍ରଥମ ଗ୍ରୀସ୍ ଗସ୍ତ । ସେପଟେ ମୋଦି-ଜିନପିଙ୍ଗ ମଧ୍ୟରେ କଣ ଆଲୋଚନା ହେବ ସେ ନେଇ ସବୁ ମହଲରେ ପ୍ରତୀକ୍ଷା ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com