କ୍ରୀଡ଼ା
ଚର୍ଚ୍ଚାରେ ଫିଟନେସ ବ୍ୟାଣ୍ଡ
ବିଶ୍ୱକପ ସେମିଫାଇନାଲ ମ୍ୟାଚରେ ବିରାଟ କୋହଲି ସଚିନ ତେନ୍ଦୁଲକରଙ୍କ ୪୯ ଶତକର ରେକର୍ଡ ଭାଙ୍ଗିଥିଲେ। ଏହି ରେକର୍ଡ ବ୍ୟତୀତ ବିରାଟ କୋହଲି ଗୋଟିଏ କାରଣ ପାଇଁ ସର୍ବସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ତାହା ହେଉଛି ସେ ହାତରେ ବାନ୍ଧିଥିବା ଫିଟନେସ ବ୍ୟାଣ୍ଡ ଥିଲା। ବିରାଟ କୋହଲି ଆମେରିକୀୟ କମ୍ପାନୀ ହୁପର ଏକ ଫିଟନେସ ବ୍ୟାଣ୍ଡ ପିନ୍ଧିଥିଲେ, ଯାହା ବିରାଟ କୋହଲିଙ୍କ ବ୍ୟତୀତ ଷ୍ଟାର ବାସ୍କେଟବଲ ଖେଳାଳି ଲେବ୍ରନ ଜେମ୍ସ, ସୁଇମିଂ ଷ୍ଟାର ମାଇକେଲ ଫେଲପ୍ସ ମଧ୍ୟ ଏହାକୁ ପିନ୍ଧିଥାନ୍ତି।