ରାଜସ୍ଥାନରେ କିଏ ହାତେଇ ଗାଦି ? ଚାଲିଛି ମତଦାନ
ଚାଲିଛି ରାଜସ୍ଥାନ ବିଧାନସଭା ନିର୍ବାଚନ । କଡା ଶୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଦେଉଛନ୍ତି ଭୋଟର । ଆଜି ୧ ହଜାର ୮୬୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୫ କୋଟି ଭୋଟର । ଏନେଇ ସକାଳ ୭ରୁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା ।
ତେବେ ରାଜସ୍ଥାନରେ କିଏ ହାତେଇ ଗାଦି ? କଂଗ୍ରେସ ଶାସନ ବଳବତ୍ତର ରହିବ ନା ବିଜେପି ଆରମ୍ଭ କରିବ ନୂଆ ଅଧ୍ୟାୟ ? କାରଣ ମଇଦାନରେ କଂଗ୍ରେସ, ବିଜେପି ପ୍ରାର୍ଥୀ ବ୍ୟତିତ ସିପିଏମ, ରାଷ୍ଟ୍ରୀୟ ଲୋକତାନ୍ତ୍ରୀକ ପାର୍ଟି, ଆମ ଆଦମୀ ପାର୍ଟି, ଭାରତୀୟ ଟ୍ରାଇବାଲ ପାର୍ଟିର ପ୍ରାର୍ଥୀ ମଧ୍ୟ ରହିଛନ୍ତି । କିନ୍ତୁ କଂଗ୍ରେସ ଓ ବିଜେପି ମଧ୍ୟରେ ଜୋରଦାର ଟକ୍କର ହେବ ।
ସେପଟେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାଜସ୍ଥାନ ବିଧାନସଭା ପାଇଁ ଚାଲିଛି ଭୋଟଗ୍ରହଣ । ଭୋଟରମାନେ ଲମ୍ବାଲାଇନରେ ଠିଆ ହୋଇ ଭୋଟ ଦେଉଛନ୍ତି । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଚାଲିବ । ୧ ହଜାର ୮୬୨ ଜଣ ପ୍ରାର୍ଥୀଙ୍କ ନିର୍ବାଚନୀ ଭାଗ୍ୟ ପରୀକ୍ଷା ହେବ । ୫ କୋଟି ୨୫ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ।
ଭୋଟ ଗ୍ରହଣ ପାଇଁ ୫୧ ହଜାର ୭୫୬ ମତଦାନ କେନ୍ଦ୍ର କରାଯାଇଛି । ୨୬ ହଜାର ଭୋଟଗ୍ରହଣ କେନ୍ଦ୍ରର ୱେବକାଷ୍ଟିଂ କରାଯାଉଛି । ସେହିପରି ମତଦାନକୁ ଶୃଙ୍ଖଳିତ କରିବା ପାଇଁ ଏକ ଲକ୍ଷ ୭୧ ହଜାର ପୋଲିସ କର୍ମୀ ମୁତୟନ କରାଯାଇଛି । ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ ୧୯୯ଟି ଆସନରେ ଚାଲିଛି ମତଦାନ । ରାଜ୍ୟର କରନପୁର ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ସେଠାରେ ନିର୍ବାଚନ ସ୍ଥଗିତ ରଖାଯାଇଛି ।