ଓଡ଼ିଶାରାଜନୀତି

ଏବେ କେମିତି ଅଛି ନବୀନଙ୍କ ସ୍ୱାସ୍ଥ୍ୟ ଅବସ୍ଥା, କହିଲେ ବଡ ଭାଇ ଶୁଣନ୍ତୁ….

ଭୁବନେଶ୍ୱର୨୩/ଜୁନ୍ : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ନେତା ନବୀନ ପଟ୍ଟନାୟକ ଚିକିତ୍ସା ପାଇଁ ମୁମ୍ବାଇର ପ୍ରଖ୍ୟାତ କୋକିଲା ବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ପାଇଁ ଯାଇଥିଲେ ।ନବୀନ ସର୍ଭାଇକାଲ୍ ଆର୍ଥରାଇଟିସ୍‌ ସମ୍ବନ୍ଧୀୟ ଚିକିତ୍ସା କରାଇବାକୁ ମୁମ୍ବାଇ ଯାଇଥିଲେ। ନବୀନଙ୍କ ବ୍ୟକ୍ତିଗତ ଡାକ୍ତର ଡା. ରମାକାନ୍ତ ପଣ୍ଡା ତାଙ୍କର ଚିକିସ୍ୟ କରିଛନ୍ତି। ଏହି ଖବର ଓଡ଼ିଶାରେ ନବୀନଙ୍କ ଅନୁଗାମୀଙ୍କ ମଧ୍ୟରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଥିଲା। ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରି ଅନେକ ସମର୍ଥକ ସୋସିଆଲ ମିଡିଆରେ ପ୍ରାଥନା କରୁଥିଲେ, ତେଣୁ ସଭିଙ୍କ ପାର୍ଥନା ଫଳପ୍ରଦ ହୋଇଛି, ସଫଳ ହୋଇଛି ଚିକିତ୍ସ । ଏନେଇ ସୂଚନା ଦେଇଛନ୍ତି ଶ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭାଇ ଶ୍ରୀଯୁକ୍ତ ପ୍ରେମ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜରିଆରେ ଖୁସିଖବର ଦେଇଛନ୍ତି ଯେ ଅସ୍ତ୍ରୋପଚାର ପରେ ନବୀନ ବାବୁଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ଅଛି। ସେ ତାଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିବା ଓଡ଼ିଶାବାସୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

Related Articles

Back to top button