Breaking NewsFeaturedରାଜନୀତି

ପ୍ରଧାନମନ୍ତ୍ରୀ ମୋଦି ଓ ମହତ୍ମା ଗାନ୍ଧୀ ସମାନ । ଜାଣନ୍ତୁ କିଏ କହିଲେ ଏମିତି….

ଜାତିର ପିତା ମହତ୍ମା ଗାନ୍ଧୀଙ୍କ ସହ ସମାନ ପ୍ରଧାନମନ୍ତ୍ରୀ ମୋଦି । ଗତ ଶାତାଦ୍ଦୀର ମହାନ ବ୍ୟକ୍ତି ମହାତ୍ମା ଗାନ୍ଧୀ, କିନ୍ତୁ ଏହି ଶତାଦ୍ଦୀର ମହାନ ବ୍ୟକ୍ତି ହେଉଛନ୍ତି ନରେନ୍ଦ୍ର ମୋଦି । ଏହାସହ ମହାତ୍ମା ଗାନ୍ଧୀ ଆମକୁ ବ୍ରିଟିଶ ମାନଙ୍କ ଦାସତ୍ୱରୁ ସତ୍ୟ ଏବଂ ଅହିଂସା ମାଧ୍ୟମରେ ମୁକ୍ତ କରିଛନ୍ତି ।ସେହିପରି ପ୍ରଧାନମନ୍ତ୍ରୀ ଦେଶକୁ ପ୍ରଗତିର ପଥରେ ରଖିଛନ୍ତି, ଯେଉଁଥିରେ ଆମେ ସବୁବେଳେ ଦେଖିବାକୁ ଚାହିଁବୁ । ଏହି ଦୁଇ ମହାନ ବ୍ୟକ୍ତିତ୍ୱଙ୍କର ଗୋଟିଏ ଜିନିଷ ଅଛି ଏବଂ ତାହା ହେଉଛି ସେମାନେ ଦାର୍ଶନିକ ଶ୍ରୀମଦ୍ ରାଜଚନ୍ଦ୍ରଜୀଙ୍କୁ ପ୍ରତିଫଳିତ କରିଛନ୍ତି ।

ଯେତେବେଳେ ବି ଦେଶରେ କିଛି ଭଲ ଘଟଣା ଘଟେ, ଏହିପରି ଲୋକମାନେ ଏକ ଭିନ୍ନ ସ୍ଥିତିକୁ ଆସନ୍ତି । ଏଭଳି କିଛି କହି ମୋଦିଙ୍କୁ ମହତ୍ମାଗାନ୍ଧୀଙ୍କ ସହ ତୁଳନା କରିଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନଖଡ । ସେ କହିଛନ୍ତି ଗତ ଶତାଦ୍ଦୀର ମହାପୁରୁଷ ମହାତ୍ମା ଗାନ୍ଧୀ ଥିଲେ। ଆଉ ନରେନ୍ଦ୍ର ମୋଦୀ ଏହି ଶତାବ୍ଦୀର ଯୁଗପୁରଷ। ସେପଟେ ଉପରାଷ୍ଟ୍ରପତିଙ୍କ ଏହି ତୁଳନାତ୍ମକ ବିବୃତି ପରେ ଏବେ ତେଜିଛି ରାଜନୀତି । କଂଗ୍ରେସ ନେତା ମାଣିକାମ ଟାଗୋର ତାଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ”ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମହାତ୍ମା ଗାନ୍ଧୀଙ୍କ ସହ ତୁଳନା କରିବା ଲଜ୍ଜାଜନକ ଅଟେ। ସେହିପରି ବହୁଜନ ସମାଜ ପାର୍ଟି ସାଂସଦ ଦାନିଶ ଅଲି ମଧ୍ୟ ଏହାକୁ ନିନ୍ଦା କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com