ନୂଆଦିଲ୍ଳୀ :କରଣ ଜୋହର ତାଙ୍କର ନୂଆ ଚଳଚ୍ଚିତ୍ର ‘ବେଧଡ’କୁ ନେଇ ଘୋଷଣା କରିଛନ୍ତି। ଗତ ବୁଧବାର ଦିନ କରଣ ଜୋହର ତାଙ୍କ ଫିଲ୍ମର ୩ଟି ନୂଆ ଷ୍ଟାର କାଷ୍ଟକୁ ପରିଚିତ କରାଇଛନ୍ତି । ସର୍ବପ୍ରଥମେ କରଣ ଜୋହର ଲକ୍ଷ୍ୟଙ୍କୁ ପରିଚିତ କରାଇଥିଲେ। ଏହା ପରେ ବଲିଉଡ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ତଥା ଇଣ୍ଟରନେଟ ସେନସେସନରେ ଭାବେ ଜଣାଶୁଣା ସନାୟା କପୁରଙ୍କୁ, ଶେଷରେ ଗୁରୁଫତେହ ସିଂ ପିରଜାଦାଙ୍କୁ ପରିଚିତ କରାଇଥିଲେ।
କରଣ ଜୋହର ସବୁବେଳେ ଷ୍ଟାର କିଡ୍ଙ୍କୁ ପ୍ରୋତ୍ସାହିତ କରୁଥିବା ଟ୍ରୋଲର୍ସଙ୍କ ଟାର୍ଗେଟରେ ରହିଆସିଛନ୍ତି। କିନ୍ତୁ ଏଥର ଟ୍ରୋଲର୍ସମାନେ ତାଙ୍କୁ ଟ୍ରୋଲ୍ କରିବା ବଦଳରେ ପ୍ରଶଂସା କରିଛନ୍ତି । କହିବାକୁ ଗଲେ କରଣ ପୂର୍ବରୁ ଲକ୍ଷ୍ୟଙ୍କୁ ତାଙ୍କ ଫିଲ୍ମ ଦୋସ୍ତାନା ୨ରେ ଲଞ୍ଚ କରିଥାନ୍ତେ । ହେଲେ ବର୍ତ୍ତମାନ ତାଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିବ । ଏଥି ସହିତ କରଣ ସ୍ପଷ୍ଟ କରି କହିଛନ୍ତି କି ଲକ୍ଷ୍ୟଙ୍କର ବଲିଉଡ୍ରେ କୌଣସି ଲିଙ୍କ ନାହିଁ ।
ଅନ୍ୟପଟେ ୟୁଜର୍ସମାନେ ସନାୟା ଏବଂ ଲକ୍ଷ୍ୟଙ୍କ ବିଷୟରେ ପ୍ରଥମରୁ ଜାଣିଛନ୍ତି। କିନ୍ତୁ ଗୁରୁଫତେ ବଲିଉଡର ଫ୍ୟାନ୍ସ ପାଇଁ ଏକ ନୂଆ ଚେହେରା। ତାଙ୍କ ବିଷୟରେ ଜାଣିବା ପାଇଁ ୟୁଜର୍ସମାନେ ବେଶ୍ ଆଗ୍ରହୀ… କି ସେ କିଏ? ନେଟଫ୍ଲିକ୍ସର ଗିଲ୍ଟରେ ଗୁରୁଫତେହଙ୍କୁ ଦେଖିବାକୁ ମିଳିଥିଲା। କିନ୍ତୁ ନିକଟରେ ଗୁଜବ ଉଠିଥିଲା କି ଗୁରୁଫତେ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଫିଲ୍ମ ବ୍ରହ୍ମାସ୍ତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ହେଲେ ବର୍ତ୍ତମାନ ପାଇଁ ଏହି ତିନୋଟି ନୂଆ ଚେହେରା ଫିଲ୍ମରେ ଧମାକା କରିବାକୁ ପୂରାପୁରି ପ୍ରସ୍ତୁତ ଅଛନ୍ତି ।