ଜାତୀୟରାଜନୀତି

ପୁଣି ଦେଶବାସୀଙ୍କ ମନ ଜିତିଲେ ପ୍ରଧାନମନ୍ତ୍ରୀ ମୋଦୀ, ନିଜେ ଅଳିଆ ଏବଂ ବୋତଲ ଉଠାଇ ଦେଲେ ସ୍ୱଚ୍ଛତାର ବାର୍ତ୍ତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ପ୍ରଗତୀ ମୈଦାନ ଇଣ୍ଟିଗ୍ରେଟେଡ କରିଡର ଟନେଲ ଏବଂ ଅଣ୍ଡରପାସର ଉଦଘାଟନ କରିଛନ୍ତି । ଉଦଘାଟନ ପରେ ପିଏମ ମୋଦୀ ସୁଡଙ୍ଗର ନିରୀକ୍ଷଣ କରିଥିଲେ। ଏହି ସମୟରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ଚାଲି ଚାଲି ଯିବା ବେଳେ ରାସ୍ତା କଡରେ ପଡିଥିବା ରାପର ଏବଂ ପ୍ଲାଟିକ ପାଣି ବୋତଲ ପଡିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ନିଜେ ଏହି ଅଳିଆକୁ ଉଠାଇ ଦେଶବାସୀଙ୍କୁ ସ୍ୱଚ୍ଛ ଭାରତର ସନ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ଥର ସ୍ୱଚ୍ଛତାର ସନ୍ଦେଶ ଦେଇ ନିଜେ ଅଳିଆ ଆବର୍ଜନା ଉଠାଇଥିବା ଦେଖିବାକୁ ମିଳିଥିଲା।

ସ୍ୱଚ୍ଛ ଭାରତ ଅଭିଯାନର ପକ୍ଷଧର ପ୍ରଧାନମନ୍ତ୍ରୀ ଆଖପାଖର ପରିବେଶ ସଫା ରଖିବା ଉପରେ ଜୋର ଦିଅନ୍ତି ଏବଂ ଏହାର ପାଳନ ମଧ୍ୟ କରନ୍ତି। ଏହା ପୂର୍ବରୁ ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାମଲ୍ଲପୁରମ(ମହାବଲ୍ଲିପୁରମ)ର ଏକ ସମୁଦ୍ର କୂଳରେ ପ୍ଲଗିଙ୍ଗ (ଜଗିଙ୍ଗ କରିବା ସହ ଅଳିଆ ଉଠାଇବା) କରୁଥିବା ଦେଖିବାକୁ ମିଳିଥିଲା

୨୦୧୬ ମସିହାରେ ସ୍ୱୀଡେନ ଆଖପାଖ ଅଞ୍ଚଳରେ ପ୍ରଥମେ ପ୍ଲଗିଙ୍ଗ ଏକ ସଂଗଠିତ ଗତିବିଧି ଭାବେ ଆରମ୍ଭ ହୋଇଥିଲା। ପରେ ୨୦୧୮ରେ ଏହା ଅନ୍ୟକୁ ବ୍ୟାପିଥିଲା।

 

Related Articles

Back to top button
WP Twitter Auto Publish Powered By : XYZScripts.com