ତିନି ଦିନ ପୂର୍ବରୁ ଦିଲ୍ଲୀ ଆକାଶରେ ଦେଖାଗଲା ଜଟାୟୁ। ଥଣ୍ଡାର ପ୍ରଭାବ ଟିକେ କମ ଥିବାବେଳେ ସୂର୍ଯ୍ୟର ଝାପସା କିରଣରେ ହଠାତ ଆକାଶରେ ଦେଖାଗଲା ଏକ ବିରଳ ପକ୍ଷୀ । ଭଲଭାବେ ଚଢେଇଟିକୁ ନୀରିକ୍ଷଣ କରିବା ପରେ ଜଣାପଡିଥିଲା ଯେ ଏହା ହେଉଛି ଏକ ବିରଳ ଶାଗୁଣା ।
ଦିଲ୍ଲୀ ଏନସିଆରରେ ଅତି କମରେ ତିନି ଦଶକ ପରେ ଦେଖାଦେଇଛି ଶାଗୁଣା । ଶେଷ ଥର ପାଇଁ ୧୯୬୯ରେ ଏହି ଦୁର୍ଲଭ ପକ୍ଷୀ ଦେଖିବାକୁ ମିଳିଥିଲା । ପ୍ରାୟ ୫୪ ବର୍ଷ ପରେ ପୁଣି ଥରେ ଦିଲ୍ଲୀ ଆକାଶରେ ସିନେରିଅମ ଶାଗୁଣା ଉଡୁଥିବା ନଜର ଆସିଥିଲା ।