ଜାତୀୟ
ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଏଯାଏଁ କେତେ ଜଣ ହିତାଧିକାରୀ ଅଛନ୍ତି
ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଏଯାଏଁ କେତେ ଜଣ ହିତାଧିକାରୀ ଅଛନ୍ତି । କେତେ ଆକାଉଣ୍ଟ ଖୋଲାଯାଇଛି ଓ କେତେ ଟଙ୍କା ଜମା ହୋଇଛି ।
ଏନେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାଗବତ କରଡ ସଂସଦକୁ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା ଅଧୀନରେ ଦେଶରେ ୫୧.୦୪ କୋଟି ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି। ୯ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଏହି ଯୋଜନା ଅଧୀନରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୧ କୋଟି ବ୍ୟାଙ୍କ ଆକାଉଣ୍ଟରେ ୨.୦୮ ଟ୍ରିଲିୟନ ଟଙ୍କା (୨ ଲକ୍ଷ କୋଟିରୁ ଅଧିକ) ଜମା କରାଯାଇଛି।