ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ଟାର୍ଗେଟ୍ ଦେଖନ୍ତୁ

ସଂସଦର ସୁରକ୍ଷା ବ୍ୟବସ୍ଥା, ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା। ବିରୋଧୀଙ୍କ ଟାର୍ଗେଟ୍ରେ ସରକାର। ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ଅମିତ ଶାହଙ୍କୁ କଡ଼ା ସମାଲୋଚନା କରୁଛନ୍ତି ବିରୋଧୀ ନେତା। ଆଉ ଆରମ୍ଭ ହୋଇଯାଇଛି ବୟାନବାଜି। ଏହି କ୍ରମରେ କଂଗ୍ରେସ ଲୋକସଭା ସାଂସଦ ଅଧୀର ରଂଜନ ଚୌଧୁରୀ କରିଛନ୍ତି ତୀବ୍ର ସମାଲୋଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ଦେଖନ୍ତୁ ସେ କଣ କହୁଛନ୍ତି…
ସୁରକ୍ଷା ଅଭାବକୁ ନେଇ ଅଧୀର କହିଛନ୍ତି ଯେ ଯଦି ମୋଦି ହୈ ତୋ ସବ ମୁସ୍କିଲ୍। ଅର୍ଥାତ୍ ମୋଦି ଥିଲେ ସବୁ କଷ୍ଟସାଧ୍ୟ। ପ୍ରଧାନମନ୍ତ୍ରୀ ହେଉଛନ୍ତି ଗୃହର ନେତା। ସେ ସୁରକ୍ଷା ଅଭାବ ପ୍ରସଙ୍ଗରେ ଏକ ବିବୃତ୍ତି ଦେବା ଉଚିତ। କିନ୍ତୁ ବର୍ତ୍ତମାନ ଆମେ କହିପାରିବା ଯେ ଯଦି ମୋଦି ସେଠାରେ ଅଛନ୍ତି ତେବେ ଏହା କଷ୍ଟକର। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୃହକୁ ଆସି ଏକ ବିବୃତ୍ତି ଦେଇଛନ୍ତି, କିନ୍ତୁ ସେ ଆମକୁ ଥରେ ଡାକିବା ଉଚିତ। କଂଗ୍ରେସ ଏମପି ଅଧୀର ରଞ୍ଜନ ଆହୁରି କହିଛନ୍ତି ଯେ ଶୀତକାଳୀନ ଅଧିବେଶନ ପୂର୍ବରୁ ଦିଲ୍ଲୀ ପୁଲିସ ଅଧିକାରୀମାନେ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ। ବହୁ ପୂର୍ବରୁ ସଂସଦ ଉପରେ ଏଭଳି ଆକ୍ରମଣ ସମ୍ପର୍କରେ ସୂଚନା ମିଳିଥିଲା। କିନ୍ତୁ ସେନେଇ କଡ଼ା ପଦକ୍ଷେପ ନିଆଗଲା ନାହିଁ କାହିଁକି ବୋଲି ଅଧୀର ବର୍ଷିଛନ୍ତି।




