
୨୦୨୪ରେ ରାଜଧାନୀରୁ ନିଶା ମାଫିଆଙ୍କୁ ମୂଳପୋଛ କରିବାକୁ ପୁଲିସ ଯୋଜନା ରଖିଛି। କାରଣ ୨୦୨୩ରେ ପୁଲିସ ୧୨କୋଟିରୁ ଅଧିକ ଟଙ୍କାର ନିଶାଦ୍ରବ୍ୟ ଜବତ କରିବା ସହ ୧୦୦ରୁ ଅଧିକ ନିଶା ମାଫିଆଙ୍କୁ ଗିରଫ କରିଛି।
ତଥାପି ରାଜଧାନୀକୁ ପୁଳାପୁଳା ନିଶାଦ୍ରବ୍ୟ ଆସୁଛି। ଏହାକୁ ରୋକିବା ପାଇଁ ପୁଲିସ ତା’ର ଅଭିଯାନକୁ ୨୦୨୪ରେ ଜୋର୍ଦାର କରିବ। ବିଶେଷକରି ନିଶା ମାଫିଆଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବା ପାଇଁ ଯୋଜନା କରାଯିବ।




