ଓଡ଼ିଶା

ଭେଜାଲ ଦ୍ରବ୍ୟର ହବ୍ ପାଲଟିଛି କଟକ, ଜଗତପୁରରୁ ଠାବ ହେଲା ନକଲି ମୃଦୁ ପାନୀୟ ଫ୍ୟାକ୍ଟ୍ରି

କଟକ: ବାରମ୍ବାର ଚଢାଉ ନକଲି ସାମଗ୍ରୀ ଜବତ ଏବଂ ଚୋରା ବେପାରୀଙ୍କୁ ଗିରଫ କିଛି ବି ଫଋଳ ପକାଉ ନାହିଁ । ବରଂ ନକଲି ଦ୍ରବ୍ୟର ହବ୍ ପାଲଟିଛି କଟକ । ଶୁକ୍ରବାର କଟକ ଜଗତପୁରରେ ଏକ ନକଲି ମୃଦୁ ପାନୀୟ ଫ୍ୟାକ୍ଟ୍ରି ଠାବ ହୋଇଛି । ସିଏମ୍ସି ସ୍ବାସ୍ଥ୍ୟ ବିଭାଗ ଓ ଜଗତପୁର ପୋଲିସ ପକ୍ଷରୁ ମିଳିତ ଭାବେ ଜଗତପୁରରେ ଏକ ଫ୍ୟାକ୍ଟ୍ରି ଉପରେ ରେଡ୍ କରାଯାଇଥିଲା । ସେଠାରେ ନାମୀଦାମୀ କମ୍ପାନୀର ଲୋଗୋକୁ ଜାଲ୍ କରି ମୃଦୁ ପାନୀୟ ପ୍ୟାକିଂ କରାଯାଉଥିବା ଦେଖିବାକୁ ମିଳିଥିଲା । ଚଢାଉ ପରେ ସେଠାରୁ ନାମୀଦାମୀ କମ୍ପାନୀର ଲୋଗୋ, ଷ୍ଟିକର ଆଦି ଜବତ ହୋଇଛି । କେବଳ ମୃଦୁ ପାନୀୟ ନୁହେଁ, ଏହା ପୂର୍ବରୁ ନକଲି ସସ, ଲଙ୍କାଗୁଣ୍ଡ, ଘିଅ, ହଳଦୀ, ମସଲା ଆଦି ନକଲି ସ।।ମଗ୍ରୀ ଜବତ ନଜରକୁ ଆସିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com