ଜାତୀୟ

ପ୍ରତିଷ୍ଠା ହେବ ଭାରତର ପ୍ରଥମ ଅନ୍ତଃରାଷ୍ଟ୍ରୀୟ ଅନ୍ତରୀକ୍ଷ କେନ୍ଦ୍ର

ଇସ୍ରୋ ୨୦୨୮ ସୁଦ୍ଧା ଭାରତର ପ୍ରଥମ ଅନ୍ତଃରାଷ୍ଟ୍ରୀୟ ଅନ୍ତରୀକ୍ଷ କେନ୍ଦ୍ର (ଆଇଏସଏସ) ମଡ୍ୟୁଲ ଲଞ୍ଚ କରିବାକୁ ଯୋଜନା ରଖିଛି । ୨୦୩୫ ସୁଦ୍ଧା ଏହା ସଂପୂର୍ଣ୍ଣ ଭାବରେ ପରିଚାଳିତ ହେବ ।

ଇସ୍ରୋର ଅଧ୍ୟକ୍ଷ ଏସ୍ ସୋମନାଥ ଶୁକ୍ରବାର ଅହମ୍ମଦାବାଦରେ ଏହି ସୂଚନା ଦେଇଛନ୍ତି ।ସାଇନ୍ସ ସିଟିରେ ବିଜ୍ଞାନ ଭାରତୀ ଦ୍ୱାରା ଆୟୋଜିତ ଭାରତୀୟ ବିଜ୍ଞାନ ସମ୍ମିଳନୀରେ ବକ୍ତବ୍ୟ ରଖିବା ସମୟରେ ସୋମନାଥ କହିଛନ୍ତି, ଆଗାମୀ ୫ ବର୍ଷରେ ଆମେ ଆଇଏସଏସର ପ୍ରଥମ ମଡ୍ୟୁଲ ଲଞ୍ଚ କରିବୁ । ଏହାର ପ୍ରଥମ ମଡ୍ୟୁଲର ଓଜନ ୮ ଟନ୍ ହେବ ଓ ଏହା ରୋବଟିକ୍ ହେବ । ଏବେ ଆମର ରକେଟ୍ କେବଳ ୧୦ ଟନ୍ ଭାର ହିଁ ନେଇଯାଇପାରିବ । ଏଥିପାଇଁ ଆମେ ଏକ ନୂଆ ରକେଟ୍ ପ୍ରସ୍ତୁତ କରୁଛୁ ଯାହା ୨୦ରୁ ୧,୨୧୫ ଟନ୍ ଭାର ନେଇଯିବାକୁ ସକ୍ଷମ ହେବ ।

ଏହା ଫଳରେ ୨୦୩୫ ବେଳକୁ ଆମେ ମାନବ ସହିତ ମହାକାଶକୁ ଏକ ଆଇଏସଏସ୍ ପଠାଇବାକୁ ସମର୍ଥ ହେବୁ । ଏହି ସମ୍ମିଳନୀରେ ଆଦିତ୍ୟ ଏଲ୍ ୧ ମିଶନ ଉପରେ ସୋମନାଥ କହିଛନ୍ତି ଜାନୁୟାରୀ ୬ ତାରିଖରେ ଆଦିତ୍ୟ ଏଲ୍ ୧ ପଏଣ୍ଟରେ ପ୍ରବେଶ କରିବ ଓ ସମସ୍ତେ ଏହାର ଭିଡିଓ ଦେଖିପାରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com