ଅନ୍ୟାନ୍ୟ

କିପରି ଗାନ୍ଧାରୀ ଦେଇଥିଲେ ୧୦୦ ପୁତ୍ରଙ୍କୁ ଜନ୍ମ

କଣ ଆପଣ ଜାଣିଛନ୍ତି କି କିପରି ଗାନ୍ଧାରୀ ଦେଇଥିଲେ ୧୦୦ ପୁତ୍ରଙ୍କୁ ଜନ୍ମ ? ମହାଭାରତରେ ଗାନ୍ଧାରୀଙ୍କର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ଅଟେ। ସେ ଜଣେ ସତୀ ଓ ପତିବ୍ରତା ନାରି ଥିଲେ । ଗାନ୍ଧାରୀଙ୍କର ଶିବଭକ୍ତି ଏତେ ନିବିଡ ଥିଲା ଯେ ଏକଦା ତାଙ୍କୁ ସ୍ଵୟଂ ଶିବଙ୍କର ଦର୍ଶନ ହୋଇଥିଲା । ଧୃତରାଷ୍ଟ୍ର ଅନ୍ଧ ହୋଇଥିବା ଜାଣି ମଧ୍ୟ ସେ ତାଙ୍କୁ ପତି ରୂପରେ ସ୍ବୀକାର କରିଥିଲେ । ଲୋକେ କେଉଁଠି ନା କେଉଁଠି ପତିବ୍ରତା କଥା ପଡ଼ିଲେ ସୀତାଙ୍କୁ ମନେ ପକାନ୍ତି ଓ ଅନେକ ସମୟରେ ଗାନ୍ଧାରି ଙ୍କୁ ଭୁଲି ଯାଆନ୍ତି ।

ଗାନ୍ଧାରୀ ହେଉଛନ୍ତି ସେହି ମହିଳା ଯାହାଙ୍କ ଅଭିଶାପରେ କୃଷ୍ଣଙ୍କ ଆଖି ଆଗରେ ତାଙ୍କର ବଂଶ ନିପାତ ହୋଇ ଯାଇଥିଲା । ଗାନ୍ଧାରୀ ଗାନ୍ଧାର ଦେଶର ରାଜକୁମାରୀ ଥିଲେ । ଯେଉଁଥି ପାଇଁ ସେ ଏହି ନାମରେ ପରିଚିତ । ତାଙ୍କ ଭାଇଙ୍କୁ ତ ଆପଣ ଜାଣିଥିବେ । ଯାହାଙ୍କ ନାମ ଥିଲା ଶକୁନି । ଯିଏ ମହାଭାରତ ଯୁଦ୍ଧର ମୂଳ ମଞ୍ଜି ଥିଲେ ।

ହେଲେ ଗାନ୍ଧାରୀ ସର୍ବଦା ନିଜ ଭାଇ , ସ୍ଵାମୀ ଓ ପୁତ୍ରଙ୍କ ଅଧର୍ମ କାର୍ଯ୍ୟକୁ ବିରୋଧ କରି ଆସୁଥିଲେ । ହେଲେ ଏହା କରିବାରେ ବିଫଳ ହୋଇଥିଲେ ସେ । ସେ ଏକା ସାଙ୍ଗରେ ୧୦୦ ପୁତ୍ର ଓ ଗୋଟିଏ କନ୍ୟାକୁ ଜନ୍ମ ଦେଇଥିଲେ । କନ୍ୟାର ନାମ ଥିଲା ଦୁଶଳା । ଧୃତରାଷ୍ଟ୍ର ଙ୍କର ଇଛା ଥିଲା ଯେ ତାଙ୍କ ପୁତ୍ର ହିଁ ଆଗାମୀ ରାଜା ହେଉ ବୋଲି । ଯେଉଁଥି ପାଇଁ ସେ ପଣ୍ଡୁଙ୍କ ଆଗରୁ ପିଲା ଜନ୍ମ କରିବାକୁ ଚାହୁଁଥିଲେ ।

ସେହିଭଳି ମଧ୍ୟ ହୋଇଥିଲା । ପ୍ରଥମେ ଗର୍ଭବତୀ ହୋଇଥିଲେ ଗାନ୍ଧାରୀ । ହେଲେ ଗାନ୍ଧାରୀଙ୍କ ଗର୍ଭାବସ୍ଥା କୁ ୧୧ ମାସ ପୁରୀ ଯାଇଥିଲେ ମଧ୍ୟ କୌଣସି ପିଲା ଜନ୍ମ ହୋଇ ନ ଥିଲା । ସେପଟେ ପଣ୍ଡୁ ଓ କୁନ୍ତିଙ୍କ ଔରସରୁ ଯୁଧିଷ୍ଠିର ପ୍ରଥମେ ଜନ୍ମ ହୋଇଥିଲେ । ଯାହା ପରେ ନିରାଶ ହୋଇ ଯାଇଥିଲେ ଧୃତରାଷ୍ଟ୍ର ।

 

ହେଲେ ହଠାତ୍ ଦିନ ଗାନ୍ଧାରୀଙ୍କ ଗର୍ଭରୁ ଏକ ମାଂସ ପିଣ୍ଡୁଳା ବାହାରି ଥିଲା । ଯାହା ଦେଖି ଭୟଭୀତ ହୋଇ ଯାଇଥିଲେ ରାଜ୍ୟବାସୀ । ମହର୍ଷି ବ୍ୟାସଙ୍କ ଆଶୀର୍ବାଦ ଅନୁସାରେ ୧୦୦ ପୁତ୍ରର ମାଆ ହେବା କଥା ଗାନ୍ଧାରୀ । ହେଲେ ଏହି ମାଂସ ପିଣ୍ଡୁଳା ଦେଖି ସେ ଆଶ୍ଚର୍ଯ୍ୟ ହୋଇ ପଡ଼ିଥିଲେ । ଯାହା ପରେ ସେ ବ୍ୟାଶଙ୍କୁ ଡାକି ମାଂସ ପିଣ୍ଡୁଳା କୁ ଦେଖାଇଥିଲେ । ବ୍ୟାସ ସେହି ମାଂସ କୁ ଜୀବନ ଦାନ ଦେଇ ସେଥିରୁ ୧୦୦ ପୁତ୍ର ଓ ୧ ଝିଅ ସୃଷ୍ଟି କରିଥିଲେ । ଯେଉଁମାନେ କୌରବ ନାମରେ ପରିଚିତ ।

Related Articles

Back to top button
WP Twitter Auto Publish Powered By : XYZScripts.com