ଅନ୍ୟାନ୍ୟ

ଦେଶୀ ବନ୍ଧୁକ ସହ ଟଙ୍କା ଜବତ; ୩ ଲୁଟେରା ଗିରଫ

ବ୍ରହ୍ମପୁର, ୩୧/୦୮/୨୦୨୨-   ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାରେ ଏକ ଲୁଟ୍ ଘଟଣାର ତଦନ୍ତ କରି ବୁଧବାର ଗାଙ୍ଗପୁର ପୋଲିସ୍ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ରବିବାର ସନ୍ଧ୍ୟାରେ କଣ୍ଟେଇପଲ୍ଲୀ ନିକଟରେ ତିନିଜଣ ବ୍ୟକ୍ତି ସୋମନାଥପଲ୍ଲୀର ଟୁନା ନାଇକଙ୍କୁ ବନ୍ଧୁକ ଦେଖାଇ ତାଙ୍କ ପକେଟ୍ ରୁ ୧୨, ୬୦୦ ଟଙ୍କା ଛଡ଼ାଇ ନେଇଥିଲେ । ଏ ନେଇ ସୋମବାର ଗାଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ ଟୁନା ।

ଗାଙ୍ଗପୁର ପୋଲିସ୍ ୩୭୦/୨୦୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ଗାଙ୍ଗପୁର ପୋଲିସ୍ ଘଟଣାରେ ସମ୍ପୃକ୍ତ ଗାଙ୍ଗପୁର ଥାନା ଅନ୍ତର୍ଗତ ଷଡ଼ଙ୍ଗୀପଲ୍ଲୀର ମିଥୁନ୍ ନାଇକ ,ସଞ୍ଜୟ ନାଇକ ଏବଂ ବୁଗୁଡ଼ା ଥାନା କୁଶପଲ୍ଲୀ ଗ୍ରାମର ରାକେଶ ବିଷୋୟୀକୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ସମୟରେ ସେମାନଙ୍କ ନିକଟରୁ ନଗଦ ୧୦, ୪୦୦ ଟଙ୍କା, ଗୋଟିଏ ସିବିଜେଡ୍ ମୋଟର ସାଇକେଲ୍ ଏବଂ ଗୋଟିଏ ଦେଶୀ ବନ୍ଧୁକ ମଧ୍ୟ ଜବତ କରିଥିବା ଗାଙ୍ଗପୁର ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com