ବାଣିଜ୍ୟ

ଭୁବନେଶ୍ୱରେ ବିକ୍ଷୋଭ କଲେ ହଜାର ହଜାର ଅଙ୍ଗନୱାଡ଼ି କର୍ମୀ

ଭୁବନେଶ୍ୱର, ୦୯/୧୨/୨୦୨୨ –   ଭୁବନେଶ୍ୱରେ ଗର୍ଜିଲେ ହଜାର ହଜାର ଅଙ୍ଗନୱାଡି କର୍ମୀ । ସରକାରୀ କର୍ମଚାରୀ ମାନ୍ୟତା, ଦରମା ବୃଦ୍ଧି, ଅବସରକାଳୀନ ଭତ୍ତା, ଗ୍ରୀଷ୍ମକାଳୀନ ଛୁଟି ଲାଗୁ, ଯୋଗ୍ୟତା ଭିତ୍ତିରେ ପଦୋନ୍ନତି ସମେତ ୧୬ ଦଫା ଦାବି ନେଇ ନିଖିଳ ଓଡିଶା ଅଙ୍ଗନୱାଡି ସଂଯୁକ୍ତ ମୋର୍ଚ୍ଚା ଲୋୟର ପିଏମଜିରେ ଧାରଣ ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛି । ଶୁକ୍ରବାର ୫୦ ହଜାରରୁ ଉର୍ଦ୍ଧ ଅଙ୍ଗନୱାଡି କର୍ମୀ ଏକାଠି ହୋଇ ନିଜ ଦାବି ପୂରଣ ପାଇଁ ସରକାରଙ୍କ ଉପରେ ଚାପ ପକାଇଛନ୍ତି ।

ସରକାର ଯୋଜନା ପରେ ଯୋଜନା କରୁଛନ୍ତି, ଅନ୍ୟ ଚାକିରିଆଙ୍କ ଦାବି ଶୁଣୁଥିଲାବେଳେ ଆମ କଥା କାହିଁକି ଶୁଣୁନାହାନ୍ତି ବୋଲି ଆନ୍ଦୋଳନକାରୀ ପ୍ରଶ୍ନ କରିଥିଲେ । ସେହିପରି ରାଜ୍ୟ ସରକାରଙ୍କ ଏକାଧିକ କାର୍ଯ୍ୟରେ ଅଙ୍ଗନୱାଡି କର୍ମୀମାନେ ଦାୟିତ୍ୱ ତୁଲାଉଥିବାରୁ ବଜାର ଦର ହିସାବରେ ବର୍ତ୍ତମାନ ପାଉଥିବା ୭ ହଜାର ୫୦୦ ଟଙ୍କାରୁ ୨୬ ହଜାର ଟଙ୍କାକୁ ଦରମା ବୃଦ୍ଧି ପାଇଁ ଦାବି କରିଥିଲେ । ଏହି ଦାବି ସବୁ ପୂରଣ ନହେଲେ ଆଗାମୀ ଦିନରେ ଅହୋରାତ୍ର ଧାରଣା ଦେବା ସହିତ ଅଖଚକ ବନ୍ଦ କରାଯିବା ନେଇ ଚେତାବନୀ ଦେଇଛି ସଂଯୁକ୍ତ ମୋର୍ଚ୍ଚା ।

Related Articles

Back to top button
WP Twitter Auto Publish Powered By : XYZScripts.com