Featuredଜାତୀୟ

ଇନ୍ଦୋର୍‌ ମନ୍ଦିର ଅଘଟଣରେ ମୃତ୍ୟୁସଂଖ୍ୟା ୩୫କୁ ବୃଦ୍ଧି

ମଧ୍ୟପ୍ରଦେଶର ଇନ୍ଦୋର୍‌ସ୍ଥିତ ବେଲେଶ୍ବର ମହାଦେବ ଝୁଲେଲା ମନ୍ଦିର ପ୍ରାଙ୍ଗଣରେ ଥିବା ବାମ୍ଫିକୂଅରୁ ଏପର୍ଯ୍ୟନ୍ତ ୩୫ଜଣ ଶବ ଉଦ୍ଧାର କରାଯାଇଥିବା ଇନ୍ଦୋର୍‌ ଜିଲ୍ଲାପାଳ କହିଛନ୍ତି। ଜଣେ ନିଖୋଜ ଅଛନ୍ତି ଏବଂ ୧୪ଜଣଙ୍କୁ ଉଦ୍ଧାର କରାଯାଇଛି।ଉଦ୍ଧାର କାର୍ଯ୍ୟରେ ‘ଏନ୍‌ଡିଆର୍‌ଏଫ୍‌’ ଓ ‘ଏସ୍‌ଡିଆର୍‌ଏଫ୍‌’ ଟିମ୍‌ଙ୍କୁ ନିୟୋଜିତ କରାଯାଇଛି।

ଗୁରୁବାର ସକାଳେ ରାମ ନବମୀ ଅବସରରେ ବେଲେଶ୍ବର ମହାଦେବ ଝୁଲେଲା ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା ପାଇଁ ପ୍ରବଳ ଜନଗହଳି ହୋଇଥିଲା। ସେଠାରେ ଥିବା ଗୋଟାଏ ବାମ୍ଫିକୂଅ (ବଡ଼କୂଅ) ଉପରେ ପଡ଼ିଥିବା ‘ଲୁହାଛଡ଼ଦିଆ କଂକ୍ରିଟ୍‌ ସ୍ଲାବ୍‌’ ଉପରେ ମଧ୍ୟ ଲୋକେ ଠିଆହୋଇଥିଲେ। କିନ୍ତୁ, ଉକ୍ତ ସ୍ଲାବ୍‌ଟି ଲୋକଙ୍କ ଓଜନ ସମ୍ଭାଳି ନ ପାରି ଦବି ଯାଇ ଭୁଶୁଡ଼ି ପଡ଼ିବାରୁ କିଛି ଲୋକ କୂଅ ମଧ୍ୟକୁ ଖସିପଡ଼ିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com