ଜାତୀୟମନୋରଞ୍ଜନ

କରୀନାଙ୍କ ପାଇଁ ରୋଷେୟା ବନିଲେ ସୈଫ

ମୁମ୍ବାଇ: ଏବେବି ବଲିଉଡର ବେବୋ ଓରଫ୍‌ କରୀନାଙ୍କ ପ୍ରେମରେ ପାଗଳ ସ୍ୱାମୀ ସୈଫ ଅଲ୍ଲି ଖାନ୍‌। କରୀନାଙ୍କ ପାଇଁ ସେ ସବୁ କିଛି କରିପାରନ୍ତି। ନିକଟରେ ସାମ୍ନାକୁ ଆସିଥିବା ଏକ ଫଟୋରୁ ଏହା ପ୍ରମାଣିତ ହୋଇଛି।

କରୀନା ପାଇଁ ସୈଫ ସାଜିଲେ ସେଫ୍‌। ନବାବରୁ ସେ ହେଲେ ରୋଷେୟା। ହାତରେ ଡଙ୍କି ଧରି କରୀନାଙ୍କ ପାଇଁ ରୋଷେଇ କଲେ ଖାଦ୍ୟ। ଅଭିନୟ ସହ ସେ ଦେଖାଇଲେ ନିଜ କୁକିଂ ସ୍କିଲ୍‌। ସୈଫଙ୍କ ଏହି ରୋଷେଇ କଲା ବେଳର ଫଟୋ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କରୀନା କପୁର ଖାନ ଏବଂ ସୈଫ୍ ଅଲି ଖାନ ପିଲାଙ୍କ ସହ ଏବେ ଇଂଲଣ୍ଡରେ ଛୁଟି କାଟୁଛନ୍ତି। କରୀନା ଏବଂ ସୈଫ ରବିବାର ସାଙ୍ଗମାନଙ୍କ ସହ ବିଶେଷ ସମୟ ଅତିବାହିତ କରିଥିଲେ। ଗୋଟିଏ ପଟେ କରୀନା ତାଙ୍କ ପୁଅ ଜେହ ସହ ଚିଲ୍ କରୁଥିବାବେଳେ ଅନ୍ୟପଟେ ସୈଫ୍ ଅଲି ଖାନ ରୋଷେଇ ଘରେ ନିଜ ରନ୍ଧନ କୌଶଳ ପ୍ରଦର୍ଶନ କରିଥିଲେ।

କରୀନା କପୁରଙ୍କ ବନ୍ଧୁ ଆଲେକ୍ସଜାଣ୍ଡାର୍ ଗଲିଗାନ୍ ତାଙ୍କ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ସୈଫ ଏବଂ କରୀନାଙ୍କ କିଛି ଫଟୋ ଶେଆର କରିଛନ୍ତି। ଏଥିରେ ଏହି ଷ୍ଟାର ଦମ୍ପତି କିପରି ନିଜ ଛୁଟି ଦିନ ଇଂଲଣ୍ଡରେ ବିତାଉଛନ୍ତି ତାହା ଦେଖିବାକୁ ମିଳିଛି।

ସୈଫଙ୍କୁ ରାଜକୀୟ ଖାଦ୍ୟ ଖାଇବା ସହ ରାନ୍ଧିବାକୁ ବି ଭଲଲାଗେ। ଯାହା ଭାଇରାଲ ହୋଇଥିବା ଚିତ୍ର ସ୍ପଷ୍ଟ ଦର୍ଶାଉଛି। ଆଲେକ୍ସଜାଣ୍ଡାର୍ ଗଲିଗାନର ଅନ୍ୟ ଏକ ଫଟୋରେ ସୈଫ ରୋଷେଇ ଘରେ ପୂରା ମନଧ୍ୟାନ ଦେଇ ରାନ୍ଧୁଥିବା ନଜର ଆସିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com