ରାଜନୀତି

ଗଣତନ୍ତ୍ରକୁ ସୁଦୃଢ କରିବା ପାଇଁ ଡିଜି-ଟେକର ରହିଛି ଆବଶ୍ୟକତା:ବିଶ୍ୱଭୂଷଣ ହରିଚନ୍ଦନ ।

ଡିଜି-ଟେକ ହେବ ମିଡିଆ । ଯେଉଁଥିରେ ଦେଶର ପ୍ରତିଷ୍ଠିତ ବ୍ୟକ୍ତିତ୍ୱମାନେ ଗଣମାଧ୍ୟମ, ଗଣତନ୍ତ୍ର, ଯୋଗାଯୋଗ କ୍ଷେତ୍ରରେ ପ୍ରସ୍ତୁତ କରିଛନ୍ତି ଏକ ରୋଡମ୍ୟାପ । ଭୁବନେଶ୍ୱରରେ ଆୟୋଜିତ ୭ମ ମିଡିଆ କନକ୍ଲେଭରେ ଏସବୁ ପ୍ରସଙ୍ଗରେ କରାଯାଇଛି ଆଲୋଚନା ।

ଇନଷ୍ଟିଚୁ୍ୟଟ ଅଫ ମିଡିଆ ଷ୍ଟଡିଜ ବା ଆଇଏମଏସ ପକ୍ଷରୁ ଆୟୋଜିତ ଉକ୍ରଳ ସହଭାଗିତାରେ କିମ୍ସ ଅଡିଟୋରିୟମରେ ଆରମ୍ଭ ହୋଇଛି ତିନି ଦିନିଆ ମିଡିଆ ମହାକୁମ୍ଭ । ଏହି କନକ୍ଲେଭରେ ଗଣମାଧ୍ୟମ ଅନେକ ବଡ ବଡ ବକ୍ତିତ୍ୱ ସାମିଲ ହୋଇଥିଲେ । ଯାହାକୁ ଉଦଘାଟନ କରିଥିଲେ ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ।

ଗଣତନ୍ତ୍ରକୁ ସୁଦୃଢ କରିବା, ଜନମାନସର କଲ୍ୟାଣ ଦିଗରେ ଡିଜିଟାଲ ଟେକ୍ନୋଲୋଜିର ଉପେଯାଗ କରିବାକୁ ଆହ୍ୱାନ ଦେଇଥିଲେ । ଶ୍ରୀ ହରିଚନ୍ଦନ ତାଙ୍କ ବକ୍ତବ୍ୟରେ ଗଣତନ୍ତ୍ର ଓ ପ୍ରେସ୍ ସ୍ୱାଧୀନତା ରକ୍ଷାରେ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ।

ମଣିପାଲ ଏକାଡେମୀ ଅଫ ହାୟର ଏଜୁକେସନର ପ୍ରଫେସର ବି. ପି. ସଞ୍ଜୟ ପ୍ରାରମ୍ଭିକ ଭାଷଣରେ ଡିଜି-ଟେକ ବିଶ୍ଵ ସମ୍ପର୍କରେ ଆଲୋଚନା କରିଥିଲେ ଓ ଗଣମାଧ୍ୟମ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆସାମ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରୋ-ଭାଇସ୍ ଚାନ୍ସେଲର ପ୍ରଫେସର କେ.ଭି. ନାଗରାଜଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇ ଥିଲା।

କନକ୍ଲେଭର ଦ୍ୱିତୀୟ ଦିବସରେ ଦୁଇଟି ପୂର୍ଣ୍ଣାଙ୍ଗ ଅଧିବେଶନ ଏବଂ ୬ଟି ସମାନ୍ତରାଳ ପେପର ରିଡିଂ ଅଧିବେଶନ ଅନୁଷ୍ଠିତ ହେବ, ଯେଉଁଥିରେ ୧୩୦ଟି ଗବେଷଣାତ୍ମକ ପ୍ରବନ୍ଧ ଉପସ୍ଥାପନ ହେବ ଓ

Related Articles

Back to top button
WP Twitter Auto Publish Powered By : XYZScripts.com