ଓଡ଼ିଶା

ଓଏଏସ ସ୍ତରରେ ଅଦଳବଦଳ, କାହାକୁ କେଉଁ ଦାୟିତ୍ୱ, ଜାଣନ୍ତୁ

ଭୁବନେଶ୍ବର: ରାଜ୍ୟ ସରକାର ଓଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । ଶୈଳେନ୍ଦ୍ର କୁମାର ଜେନା ମିଶନ ଶକ୍ତି ଯୁଗ୍ମ ସଚିବ ହୋଇଥିବା ବେଳେ ମମତା ବାରିକଙ୍କୁ ଓଡ଼ିଶା ଜୀବିକା ମିଶନ ଯୁଗ୍ମ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ବିନୋଦ କୁମାର ଜେନା ପର୍ଯ୍ୟଟନ ବିଭାଗ ଯୁଗ୍ମ ସଚିବ ଏବଂ ଗୋପୀନାଥ କୁଅଁରଙ୍କୁ ମହିଳା ଓ ଶିଶୁ ବିକାଶ ଯୁଗ୍ମ ସଚିବ ଦାୟିତ୍ବ ଦିଆଯାଇଛି ।

ଅପରପକ୍ଷରେ ମନୋରଞ୍ଜନ ସାହୁଙ୍କୁ ଭୁବନେଶ୍ବର ଉପଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ସୂରଜ କୁମାର ପଟ୍ଟନାୟକଙ୍କୁ ବରଗଡ଼ ଜିଲା ପରିଷଦର ଅତିରିକ୍ତ ଇଓ, ରାଜ କିଶୋର ଜେନାଙ୍କୁ ପୁରୀ ସବ୍‌-କଲେକ୍ଟର, ହେମସାଗର ଭୋଇଙ୍କୁ କୁଚିଣ୍ଡା ଆଇଟିଡିଏ ପିଏ, ସୋହେଲା ବିଡିଓ ସୁରେନ୍ଦ୍ର ମେହେରଙ୍କୁ ସୁବର୍ଣ୍ଣପୁରର ଅତିରିକ୍ତ ସବ୍‌-କଲେକ୍ଟର, ମନୋରମା ଜାଲିଙ୍କୁ ଭୁବନେଶ୍ୱରସ୍ଥିତ ଏସ୍‌ଆଇଆରଡିର ଡେପୁଟି ଡାଇରେକ୍ଟର, ସୁନୀଲ କୁମାର ମେହେରଙ୍କୁ ପାଟଣାଗଡ଼ ସବ୍‌-କଲେକ୍ଟର ଭାବେ ବଦଳି କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com