ଆଉ ଦୁର୍ଘଟଣା ଯୋଗୁଁ ରାସ୍ତା ଉପରେ ଚାଲିଯିବ ନାହିଁ ଜୀବନ। ଫୋନ୍ ଆସିବାର ୧୦ ମିନିଟ୍ ମଧ୍ୟରେ ଆହତ, ରୋଗୀଙ୍କ ନିକଟରେ ପହଞ୍ଚିବ ସରକାରୀ ଆମ୍ବୁଲାନ୍ସ। ଏଥିପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୨୦୨୭ ସୁଦ୍ଧା ୧୨୦୦ ନୂଆ ଆମ୍ବୁଲାନ୍ସ ଆଣିବ।
ପ୍ରତି ବର୍ଷ ୩୦୦ ଲେଖାଏଁ ଆମ୍ବୁଲାନ୍ସ ରୋଗୀ ସେବାରେ ନିୟୋଜିତ କରିବା ପାଇଁ ନିଷ୍ପତ୍ତି ହୋଇଛି।