ଅନ୍ୟାନ୍ୟ

ଇଂଲଣ୍ଡରେ ଦୌଡ଼ିଲା ସମ୍ବଲପୁରୀ ଶାଢ଼ୀ

ମାଞ୍ଚେଷ୍ଟର, ୧୮/୦୪/୨୦୨୩ –   ଇଂଲଣ୍ଡରେ ପୁଣି ଓଡିଶା ଚର୍ଚ୍ଚା । ଏଥର ଚର୍ଚ୍ଚା କିନ୍ତୁ ଓଡିଆ ଝିଅ ମଧୁସ୍ମିତା ଦାସଙ୍କ ପାଇଁ । ୧୮ ହଜାର ୫୭୭ ଜଣଙ୍କ ମଧ୍ୟରେ ସମସ୍ତଙ୍କ ନଜରରେ ରହିଲେ ମଧୁସ୍ମିତା । ଘଟଣାନୁସାରେ ଇଂଲଣ୍ଡର ମାଞ୍ଚେଷ୍ଟରରେ ଏକ ମାରାଥାନରେ ମଧୁସ୍ମିତା ଅଂଶ ଗ୍ରହଣ କରିଥିଲେ ।

ହଜାର ପ୍ରତିଯୋଗୀଙ୍କ ମଧ୍ୟରେ ସମସ୍ତେ କିନ୍ତୁ ତାଙ୍କୁ ହିଁ ଦେଖୁଥିଲେ । ଚାହୁଁ ଚାହୁଁ ୪୨ କିଲୋମିଟର ପର୍ଯ୍ୟନ୍ତ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କାରଣ ଦୌଡିବା ସମୟରେ ମଧୁସ୍ମିତା ପିନ୍ଧିଥିଲେ ଏକ ସମ୍ବଲପୁରୀ ଶାଢୀ । ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ସମସ୍ତ ଦର୍ଶକ । ତେବେ ଏହି ଶାଢୀ ଦେଖିବାକୁ ସାଧାରଣ ହୋଇଥିଲେ ମଧ୍ୟ ଏହା ଥିଲା ୪୫ ବର୍ଷ ପୁରୁଣା । ଯାହାକୁ ତାଙ୍କ ମାଆ ପିନ୍ଧି ବାହା ହୋଇଥିଲେ ।

ତେବେ ଶାଢୀ ପିନ୍ଧିବା ପୂର୍ବରୁ ପ୍ରଥମେ ସେ ତାଙ୍କର କିଛି ବନ୍ଧୁମାନଙ୍କ ସହିତ ଆଲୋଚନା କରିଥିଲେ । ମାତ୍ର ସେମାନେ ଶାଢୀ ପିନ୍ଧି ଦୌଡି ହେବନାହିଁ ବୋଲି କହିଥିଲେ । ହେଲେ ସେମାନଙ୍କ ଭାବନାକୁ ଭୁଲ ପ୍ରମାଣିତ କରି ୪୨ କିଲୋମିଟର ଦୌଡିଥିଲେ ମଧୁସ୍ମିତା ଏବଂ ୧୮ ହଜାର ୫୭୭ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ୧୪ ହଜାର ୫୮୫ ତମ ସ୍ଥାନରେ ରହିଥିଲେ ।

ଯାହାଦ୍ୱାରା ପୁଣି ଥରେ ଓଡିଶାର କଳା ଓ ସଂସ୍କୃତି ବିଦେଶରେ ପ୍ରଚାର ହୋଇପାରିଲା ବୋଲି ସେ କହିଥିଲେ । ୪୩ ବର୍ଷୀୟ ମଧୁସ୍ମିତାଙ୍କ ଘର କଟକରେ । ତାଙ୍କ ବାପା ନରେନ୍ଦ୍ର ମୋହନ ଜେନା ଏବଂ ମାଆ ବିଦ୍ୟୁତ ଜେନା ଦୀର୍ଘ ବର୍ଷ ଧରି ମାଞ୍ଚେଷ୍ଟରରେ ରହି ଆସୁଛନ୍ତି । ସେଠାରେ ହିଁ ତାଙ୍କର ଜନ୍ମ ହୋଇଥିଲା । ତେବେ ମଧୁସ୍ମିତାଙ୍କ ଶାଶୁଘର ଭୁବନେଶ୍ୱରରେ । ଏପର୍ଯ୍ୟନ୍ତ ସେ ୩୭ଟି ମାରାଥାନ ଦୌଡି ସାରିଲେଣି । ଓଡିଆ ସଂସ୍କୃତି ପରମ୍ପରାକୁ ଭଲ ପାଉଥିବା ମଧୁସ୍ମିତା ଏପରି କରିବାକୁ ବହୁ ଦିନରୁ ଲକ୍ଷ୍ୟ ରଖିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com