Featuredଜାତୀୟ

ଏକା ସାଥିରେ ୯ ସାଟେଲାଇଟ୍ ଲଂଚ କଲା ଇସ୍ରୋ

ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ବା ଇସ୍ରୋ ଶନିବାର ଦିନ ଏକ ବଡ ସଫଳତା ହାସଲ କରିଛି । ଇସ୍ରୋ ତରଫରୁ ଦିନ ୧୨ ଟାରେ ଏକାସାଥିରେ ୯ ଟି ସାଟେଲାଇଟ୍ ଲଂଚ୍ କରାଯାଇଛି । ତାମିଲନାଡୁର ଶ୍ରୀହରିକୋଟାର ସତୀଶ ଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଆଶନସେଟ-୩ ଓ ଭୂଟାନର ଏକ ଉପଗ୍ରହ ସମେତ ମୋଟ ୯ ଟି ଛୋଟ ସାଟେଲାଇଟକୁ ପିଏସଏଲଭି –ସି୫୪/ଇଓଏସ-୦୬ ମିଶନ କ୍ରମରେ ଲଂଚ କରିଛି ।  ଇସ୍ରୋର ଅଧ୍ୟକ୍ଷ ଏସ ସୋମନାଇ କହିଛନ୍ତି ପିଏସଏଲଭି-ସି୫୪ ପୃଥୀ ଅବଲୋକନ ଉପଗ୍ରହ ସମେତ ମୋଟ ୮ ଟି ଉପଗ୍ରହକୁ ସଫଳତାର ସହ ଅନ୍ତରୀକ୍ଷରେ ସ୍ଥାପିତ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com