ଓଡ଼ିଶା
ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ରାଣୀପୁର- ମଲକା ସଡ଼ା- ଟାଙ୍ଗଜୋର ଉପରେ ନିର୍ମାଣ ହେଇଛି ବିଜୁସେତୁ
ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ରାଣୀପୁର- ମଲକା ସଡ଼ା- ଟାଙ୍ଗଜୋର ଉପରେ ନିର୍ମାଣ ହେଇଛି ବିଜୁସେତୁ । ଦୂର ହୋଇଛି ଲୋକଙ୍କ ସମସ୍ଯା । ଟାଙ୍ଗ ଜୋର ଉପରେ ସ୍ଥାୟୀ ପୋଲଟିଏ ନଥିବାରୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ ।
ଏହି ସେତୁ ନିର୍ମାଣ ପରେ ୪ଟି ପଞ୍ଚାୟତ ଝରିଆଲ, ଠେମରା, ଗରେଇଁ ଲେବଡାର ଲୋକେ ଉପକୃତ ହୋଇପାରୁଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ୬ ଲକ୍ଷ ୬୬ହଜାର ୯୬ ଟଙ୍କାରେ ନିର୍ମାଣ ହେଇଛି ବିଜୁ ସେତୁ ।