ରାଜନୀତି

କେନ୍ଦ୍ରମନ୍ତ୍ରୀ ହୋଇଥିଲେ ମଧ୍ୟ, ଏହି ୩ ନେତା ପ୍ରଥମଥର ଲଢିବେ ଲୋକସଭା ନିର୍ବାଚନ

୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ପ୍ରଥମ ପର୍ଯ୍ୟାୟରେ ୧୯୫ ପ୍ରାର୍ଥୀଙ୍କ ନାଁ ରହିଛି । ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜନାଥ ସିଂହ, ଅମିତ ଶାହାଙ୍କ ସମେତ ୩୪ କେନ୍ଦ୍ରମନ୍ତ୍ରୀଙ୍କ ନାମ ସାମିଲ । ଏଥିସହ କିଛି ଯୁବ ନେତା ଏବଂ ମହିଳାଙ୍କ ଉପରେ ଦଳ ଭରସା କରି ଟିକେଟ ଦେଇଛି। ହେଲେ ପ୍ରଥମ ତାଲିକାରେ ଏଭଳି ୩ ନାମ ରହିଛି, ଯିଏ ଦଳର ପୁରୁଖା ନେତା ଭାବେ ଜଣାଶୁଣା, ମୋଦି ସରକାରରେ ମନ୍ତ୍ରୀ ମଧ୍ୟ ରହିଛନ୍ତି, ହେଲେ ପ୍ରଥମ ଥର ଲାଗି ଲୋକ ସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି । ଆସନ୍ତୁ ନଜର ପକାଇବା ।

ରାଜ୍ୟ ସଭାର ୩ ଥର ଏମ୍‌ପି ରହିଥିବା କେନ୍ଦ୍ରୀୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ ବିଜେପି ଆଗାମୀ ଲୋକ ସଭା ନିର୍ବାଚନ ଲାଗି କେରଳର ଥିରୁଭାନନ୍ତପୁରମ୍‌ରୁ ପ୍ରାର୍ଥୀ କରିଛି। ଯୁବାବସ୍ଥାରୁ ବିଜେପି ସହ ସାମିଲ ଥିବା କେନ୍ଦ୍ର ମନ୍ତ୍ରୀ ମନସୁଖଲାଲ ମାଣ୍ଡବ୍ୟ ୨ ଥର ରାଜ୍ୟ ସଭାକୁ ନିର୍ବାଚିତ ହୋଇଛନ୍ତି । ହେଲେ ଦଳ ଏଥର ତାଙ୍କୁ ଗୁଜରାଟର ପୋରବନ୍ଦର ଆସନ ପାଇଁ ଟିକେଟ ଦେଇଛି । ସେହିଭଳି ଦୁଇ ଦଶକରୁ ଅଧିକ ସମୟ ଧରି ଦଳରେ କାର୍ୟ୍ୟ କରୁଥିବା ବରିଷ୍ଠ ଦେତା ଭୂପେନ୍ଦ୍ର ଯାଦବ ପ୍ରଥମ ଥର ଲଢ଼ିବେ ଲୋକ ସଭା ନିର୍ବାଚନ । ଦଳ ତାଙ୍କୁ ରାଜସ୍ଥାନର ଅଲଓ୍ବାରରୁ ପ୍ରାର୍ଥୀ କରିଛି । କହିବାକୁ ଗଲେ ଏହି ୩ ବରିଷ୍ଠ ନେତା ଆଗରୁ କେନ୍ଦ୍ର ମନ୍ତ୍ରୀ ରହିଥିଲେ ହେ ଲଢିନଥିଲେ ନିର୍ବାଚନ । ତେଣୁ ଏଥର ତାଙ୍କୁ ଲୋକସଭା ଟିକେଟ ଦେଇଛି ବିଜେପି ।

Related Articles

Back to top button
WP Twitter Auto Publish Powered By : XYZScripts.com