ଓଡ଼ିଶା
ଖୁବଶୀଘ୍ର ରାଜ୍ୟରେ ଗଡ଼ିବ ନୂଆ ଜଗନ୍ନାଥ ଏକ୍ସପ୍ରେସ ପ୍ରିମିୟମ୍ ବସ୍

ଖୁବଶୀଘ୍ର ରାଜ୍ୟରେ ଗଡ଼ିବ ନୂଆ ଜଗନ୍ନାଥ ଏକ୍ସପ୍ରେସ ପ୍ରିମିୟମ୍ ବସ୍। ସବୁ ଜିଲ୍ଲା ମୁଖ୍ୟାଳୟରୁ ଭୁବନେଶ୍ୱର ଦେଇ ପୁରୀକୁ ଗଡ଼ିବ ଏହି ବିଳାସମୟ ସ୍ଳିପର ବସ୍ ।
ବସରେ ଯାତ୍ରୀଙ୍କ ପାଇଁ ଆରାମଦାୟକ ଯାତ୍ରାକୁ ଗୁରୁତ୍ୱ ଦିଆଯାଇଛି। ଏହି ବସରେ ଯିବାକୁ ଚାହିଁଲେ ଓ.ଏସ.ଆର.ଟି.ସିରୁ ଅନଲାଇନ ଏବଂ ଜିଲ୍ଲା ମୁଖ୍ୟ ବସଷ୍ଟାଣ୍ଡରେ ଅଫଲାଇନରେ ଟିକଟ ବୁକିଂ କରିପାରିବେ। ଗୋଟିଏ ବସରେ ୪୨ ଜଣ ଯାତ୍ରୀ ଶୋଇକି ଯାତ୍ରା କରିବା ପାଇଁ ବ୍ୟବସ୍ଥା କରାଯାଇଛି।