
ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ସୁପ୍ରିମକୋଟଙ୍କ ଠାରୁ ବଡ଼ ଝଟକା ଲାଗିଛି । ସୁପ୍ରିମକୋର୍ଟ କେବଳ ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିନାହାଁନ୍ତି, ବରଂ ତୁରନ୍ତ ସରେଣ୍ଡର କରିବାକୁ କହିଛନ୍ତି ।
ସ୍ୱାସ୍ଥ୍ୟଗତ କାରଣରୁ ଗତ ବର୍ଷ ମେ ମାସରୁ ଆପ୍ ନେତା ମଧ୍ୟବର୍ତ୍ତୀକାଳୀନ ଜାମିନରେ ଥିଲେ । ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କୁ ୨୦୨୨ ମସିହା ମେ ମାସରେ ଗିରଫ କରାଯାଇଥିଲା ।