Breaking NewsFeaturedଅନ୍ତର୍ଜାତୀୟଜାତୀୟମନୋରଞ୍ଜନ

ପ୍ରଭାସଙ୍କ ଫିଲ୍ମ Project K, ଦେଖନ୍ତୁ ଦୀପିକା ପାଦୁକୋନଙ୍କ First Look

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ Project K କୁ ନେଇ ଏବେ ଖୁବ୍ ଚର୍ଚ୍ଚା । ରିଲିଜ ପୂର୍ବରୁ ଏହି ଫିଲ୍ମ ୧୭୦ କୋଟି ରୋଜଗାର କରିଥବା ଜଣାପଡ଼ିଛି । ତେବେ ଏହାରି ଭିତରେ ଫିଲ୍ମ ନିର୍ମାତା ନାଗ ଅଶ୍ୱିନୀ ଏହି ଏପିକ ସାଇନ୍ସ ଫିକସନ୍ ଫିଲ୍ମରେ ଦୀପିକାଙ୍କ ପ୍ରଥମ ଲୁକ୍ ଶେଆର୍‌ କରିଛନ୍ତି । ଏହି ଫିଲ୍ମରେ ଅମିତାଭ ବଚ୍ଚନ, କମଲ ହାସନ ଓ ଦିଶା ପଟାନୀଙ୍କ ଭଳି ଗଳାକାରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ନିର୍ମାତା ସୋମବାର ସନ୍ଧ୍ୟା ୫ଟାରେ ପୋଷ୍ଟର ରିଲିଜ କରିବା ପାଇଁ ସ୍ଥିର କରିଥିଲେ କିନ୍ତୁ ଏହା ବିଳମ୍ବ ହେବ ବୋଲି କୁହାଯାଉଛି । କିନ୍ତୁ ବିଳମ୍ବିତ ରାତ୍ରିରେ ଫିଲ୍ମର ପୋଷ୍ଟର ଜାରି କରି ଦୀପିକାଙ୍କ ପ୍ରଥମ ଲୁକ୍ ରିଲିଜ କରାଯାଇଛି । ବୈଜୟନ୍ତୀ ମୁଭିଜ୍‌ର ଅଫିସିଆଲ୍ ଇନ୍‌ଷ୍ଟାଗ୍ରାମ ହେଣ୍ଡଲରୁ ପ୍ରୋଜେକ୍ଟ କେ ର ଦୀପିକାଙ୍କ ଇଣ୍ଟେସ୍ ଲୁକ୍ ଶେଆର୍‌ କରିଛନ୍ତି । ସେ କିଛି ଜିନିଷକୁ ନିରୀକ୍ଷଣ କରୁଥିବା ଭଳି ଜଣାପଡ଼ୁଛି । ଏଥି ସହିତ ଦିପୀକାଙ୍କ ପୋଷାକ ମଧ୍ୟ ନଜର ଆସିଛି । ଏହାର କ୍ୟାପସନରେ ଲେଖା ଅଛି ଆସନ୍ତା କାଲି ପାଇଁ ଏକ ଆଶା ସୃଷ୍ଟି ହୋଇଛି । Project Kରୁ ଦୀପିକାଙ୍କ ପ୍ରଥମ ଝଲକ । ତେବେ ପ୍ରଭାସ, ନାଗ ଅଶ୍ୱିନୀ ଏବଂ କମଲ ହାସନଙ୍କ ସହ ଏହା ଦୀପିକାଙ୍କ ପ୍ରଥମ ଫିଲ୍ମ । କିନ୍ତୁ ଦୀପିକା ଏହା ପୂର୍ବରୁ ଅମିତାଭଙ୍କ ସହ କାମ କରିସାରିଛନ୍ତି ।

Project K ପ୍ରଥମ ଭାରତୀୟ ଚଳଚ୍ଚିତ୍ର ହେବାକୁ ଯାଉଛି ଯାହା ସାନ ଡିଏଗୋ କମିକ୍-କନ୍ (SDCC) ୨୦୨୩ରେ ପ୍ରଦର୍ଶିତ ହେବ । ଏହାପୂର୍ବରୁ ଟାଇମ୍ସ ସ୍କୋୟାରରେ Project K’ର ଏକ ବିଲବୋର୍ଡ ଦେଖାଯାଇଥିଲା ଯେଉଁଥିରେ ଲେଖାଥିଲା, ଜୁଲାଇ ୨୦ ରେ ନ୍ୟୁୟର୍କ ସିଟିରେ ପ୍ରଥମ ଝଲକ। ନାଗ ଅଶ୍ୱିନୀ, କମଲ ହାସନ, ପ୍ରଭାସ ଏବଂ ଦୀପିକା ପାଦୁକୋନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରୋଜେକ୍ଟ କେ ଟିମ୍ କମିକ୍-କନ୍ ରେ ଫିଲ୍ମର ଟାଇଟଲ୍, ଟ୍ରେଲର ଏବଂ ରିଲିଜ୍ ତାରିଖ ଘୋଷଣା କରିବେ । ପ୍ରୋଜେକ୍ଟ କେ ହେଉଛି ବୈଜୟନ୍ତୀ ମୁଭିଜ୍‌ ଦ୍ୱାରା ନିର୍ମିତ ଏକ ବହୁଭାଷୀ ସାଇ-ଫାଇ ଚଳଚ୍ଚିତ୍ର । ସାନ ଡିଏଗୋ କମିକ୍-କନ୍ କାର୍ଯ୍ୟକ୍ରମ ୨୦ ରୁ ୨୩ ଜୁଲାଇ ପର୍ଯ୍ୟନ୍ତ ହେବ । Project K ଆସନ୍ତା ବର୍ଷ ଜାନୁଆରୀ ୧୨ ରେ ତେଲଗୁ, ହିନ୍ଦୀ, ତାମିଲ, ମାଲାୟାଲମ୍, କନ୍ନଡ ଏବଂ ଇଂରାଜୀ ଭାଷାରେ ମୁକ୍ତିଲାଭ କରିବ।

Related Articles

Back to top button
WP Twitter Auto Publish Powered By : XYZScripts.com