ଅନ୍ୟାନ୍ୟ

ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ

ବ୍ରହ୍ମପୁର   :  ୨୮/୦୮  ନିମଖଣ୍ଡି ଫାଣ୍ଡିକୁ ଥାନାରେ ପରିଣତ କରାଯାଇଥିବା ଘୋଷଣା କରିଥିବାରୁ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରଯୁକ୍ତ ନବୀନ ପଟ୍ଟନାୟକ , ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଶ୍ରୀ ଗୋପବନ୍ଧୁ ଦାସ ଏବଂ ବ୍ରହ୍ମପୁର ପୋଲିସ ଜିଲ୍ଲା ପୂର୍ବତନ ଆରକ୍ଷୀ ଅଧିକ୍ଷକ ଶ୍ରୀ ପିନାକୀ ମିଶ୍ର ଏବଂ ବର୍ତ୍ତମାନର ଆରକ୍ଷୀ ଅଧିକ୍ଷକ ଶ୍ରୀ ଶ୍ରବଣ ବିବେକ ଏମଙ୍କୁ ସେମାନଙ୍କ ଆନ୍ତରିକ ଉଦ୍ୟମ ଏବଂ ପ୍ରଚେଷ୍ଟା ପାଇଁ ଧନ୍ୟବାଦ ଏବଂ ହାର୍ଦିକ କୃତଜ୍ଞତା ଜଣାଇବା ସହ ସହର ତଳି ଅଞ୍ଚଳ ବାସୀଙ୍କୁ ଶୁଭେଚ୍ଛା ଜଣାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ସହର ତଳି ଅଞ୍ଚଳର ବଢ଼ି ଚାଲିଥିବା ଭୌଗଳିକ ଅବସ୍ଥିତି ଓ ପରିସୀମା ଏବଂ ଲୋକ ସଂଖ୍ୟାର ଅହେତୁକ ଅଭିବୃଦ୍ଧି ହେଇଚାଲିଥିବା ବେଳେ ସମାନ୍ତରାଳ ଭାବେ ସେହି ସବୁ ସହର ତଳି ଅଞ୍ଚଳରେ ଚୋରି, ଡକାୟତି, ରାହାଜାନୀ, ନକଲି ସାମଗ୍ରୀ ପ୍ରସ୍ତୁତି ଏବଂ ଅନ୍ୟ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇ ଚାଲିଥିଲା। କିନ୍ତୁ ବିଡ଼ମ୍ବନାର ବିଷୟ ଅଧିକାଂଶ ସହର ତଳି ଅଞ୍ଚଳ ସହର ସନ୍ନିକଟରେ ଅବସ୍ଥିତି ଥିଲାବେଳେ ଆଇନ ଶୃଙ୍ଖଳା ଏବଂ ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ ଏହି ସବୁ ଅଞ୍ଚଳର ସୁଦୂର ୧୪ କିଲୋମିଟର ଦୂରରେ ଥିବା ଅଙ୍କୁଶପୁରର ସଦର ଥାନାଉପରେ ନ୍ୟସ୍ତ । ଯାହାଫଳରେ କୌଣସି ଅଘଟଣ ଘଟିଲେ ପୋଲିସ ତତ୍ କ୍ଷଣାତ ପହଞ୍ଚି ସେବା ଦେବା କଷ୍ଟ କର ବ୍ୟାପାର ଥିଲା । ଯଦିଓ ଏହି ସବୁ ଅସୁବିଧାକୁ ଦୃଷ୍ଟିରେ ରଖି ନିମଖଣ୍ଡି ଠାରେ ଏକ ଫାଣ୍ଡି ସ୍ଥାପନା କରାଯାଇଥିଲା। କିନ୍ତୁ ଫାଣ୍ଡିର କ୍ଷମତା ଓ ଲୋକ ବଳ ସୀମିତ ଥିବାରୁ ଏବଂ ବିଶେଷକରି ଏଫଆଇଆର ଗ୍ରହଣ କରିବାର ଅଧିକାର ନଥିବାରୁ ଲୋକଙ୍କୁ ସୁଦୂର ଅଙ୍କୁଶପୁରକୁ ଏଫଆଇଆର ଦେବା ପାଇଁ ବହୁ ଅସୁବିଧା ମଧ୍ୟରେ ଯିବାକୁ ପଡୁଥିଲା।ଏହି ସବୁ ଅସୁବିଧା  ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ନିମଖଣ୍ଡି ଫାଣ୍ଡିକୁ ଥାନାରେ ପରିଣତ କରିବାକୁ ଏବଂ ସଂପୃକ୍ତ ଫାଣ୍ଡିକୁ ବ୍ରଜନଗର ସ୍ଥାନାନ୍ତର କରିବାକୁ ଦୀର୍ଘ ୮ ବର୍ଷ ହେଲା ସରକାରଙ୍କ ନିକଟରେ ନିରନ୍ତର ଭାବରେ ଦାବୀ କରାଯାଇ ଆସୁଥିଲା। ପରିଶେଷରେ ସରକାର କମିଟିର ଦାବୀ ଓ ଅଞ୍ଚଳ ବାସୀଙ୍କ ଭାବାବେଗକୁ ଅନୁଭବ କରି ଓ ସମ୍ମାନ ଦେଇ ନିମଖଣ୍ଡି ଫାଣ୍ଡିକୁ ଥାନାରେ ପରିଣତ କରିଥିବାରୁ କମିଟି କାର୍ଯ୍ୟକର୍ତ୍ତା ଓ ସଦସ୍ୟ ମାନେ ଖୁସି ବ୍ୟକ୍ତ କରିବା ସହ ନିମଖଣ୍ଡି ଫାଣ୍ଡି ଥାନାରେ ପରିଣତ ହେଲାପରେ ନୂତନ ଥାନାରେ ଜଣେ ଆଇଆଇସି ନିଯୁକ୍ତ ହେବା ସହ ଅନେକ ଅନ୍ୟ ଅଧିକାରୀ ନିଯୁକ୍ତ ହେବାର ସମ୍ଭାବନା ଥିବାରୁ ସହର ତଳି ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତିରେ ଯଥେଷ୍ଟ ଉନ୍ନତ ହେବା ସହ ଅପରାଧିକ କାର୍ଯ୍ୟକଳାପ ଅନେକାଂଶରେ ନିୟନ୍ତ୍ରଣାଧୀନ ହେଇପାରିବ ବୋଲି କମିଟି ପକ୍ଷରୁ ଆଶା ପ୍ରକାଶ କରାଯାଇଛି। ଏହି ଅବସର ଓ ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ତରଫରୁ ନିମଖଣ୍ଡି ଫାଣ୍ଡି ପରିସରରେ ଫାଣ୍ଡି ଅଧିକାରୀ ଜ୍ୟୋତି ରଞ୍ଜନ ବେହେରା ଏବଂ ଅନ୍ୟ କର୍ମଚାରୀଙ୍କ ସହ ସେଠାରେ ଉପସ୍ଥିତ ରହି ସମସ୍ତ କର୍ମଚାରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ।

 

Related Articles

Back to top button
WP Twitter Auto Publish Powered By : XYZScripts.com