ଜାତୀୟ

ଦିନିକିଆ ବିଶ୍ୱକପ ଉପରେ ଧାଓ୍ୱନଙ୍କ ନଜର, ପ୍ରସ୍ତୁତ କରିଛନ୍ତି ନୂଆ ପ୍ଲାନ୍

ନୂଆଦିଲ୍ଲୀ: ଭାରତୀୟ ଦଳର ଷ୍ଟାର୍ ବ୍ୟାଟର ଶିଖର ଧାଓ୍ୱନ ଟିମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ଜୁଲାଇ ୧୨ ତାରିଖରେ ଇଂଲଣ୍ଡ ବିପକ୍ଷ ପ୍ରଥମ ମୁକାବିଲାରେ ଓପନିଂ କରୁଥିବା ନଜର ଆସିପାରନ୍ତି । ମଙ୍ଗଳବାର ହେଉଛି ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ଟିକିଆ ଦିନିକିଆ ସିରିଜର ପ୍ରଥମ ନ୍ୟାଚ୍ ।

ଧାଓ୍ୱନ କିଛି ଦିନ ଧରି ଦଳରୁ ବାହାରେ ଥିଲେ । ବିସିସିଆଇ ମଧ୍ୟ ଧାଓ୍ୱନଙ୍କୁ ଟି୨୦ରେ ସୁଯୋଗ ମିଳିବ ନାହିଁ ବୋଲି ସ୍ପଷ୍ଟ କରିଥିଲା । ଏଥିରୁ ଟି୨୦ ବିଶ୍ୱକପରେ ଧାଓ୍ୱନ ନଜର ଆସିନପାରନ୍ତି ।  ସେ ମଧ୍ୟ ଏହାକୁ ସହଜରେ ସ୍ୱୀକାର କରିନେଇଛନ୍ତି । ସେ ଏବେ ପୁରା ଫୋକସ୍ ଦିନିକିଆ ବିଶ୍ୱକପ ଉପରେ କରୁଥିବା କହିଛନ୍ତି ।

ସେ କହିଛନ୍ତି ଯେ, ସେ ଦିନିକିଆ ବିଶ୍ୱକପ ପ୍ରସ୍ତୁତିରେ ଲାଗିଛନ୍ତି । ଏଥିପାଇଁ ସେ ଖାସ୍ ଯୋଜନା କରୁଛନ୍ତି । ନିଜ ଷ୍ଟାଇଲରେ ଫୋକସ ଦେଉଛନ୍ତି । ଏହାସହ ସେ ଫର୍ମରେ ରହିବେ ବୋଲି ଆଶା କରିଛନ୍ତି । ଏଥିପାଇଁ ସେ ଅଧିକରୁ ଅଧିକ ମ୍ୟାଚ୍ ଖେଳିବେ ବୋଲି କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ସେ ଖେଳରେ ନିଜର ଲୟ ସ୍ଥିର ରଖିବାକୁ ଧ୍ୟାନ ଦେଉଛନ୍ତି । ଏହାମଧ୍ୟରେ ଆଇପିଏଲ ମଧ୍ୟ ଖେଳାଯିବ । ସବୁ ଟୁର୍ଣ୍ଣାମେଣ୍ଟରେ ସେ ଦମଦାର ପ୍ରଦର୍ଶନ କରିବେ ବୋଲି ଆଶ ରଖିଛନ୍ତି । ବିଶ୍ୱକପ ପୂର୍ବରୁ ଅଧିକରୁ ଅଧିକ ଦିନିକିଆ ଓ ଟି୨୦ ମ୍ୟାଚ୍ ଖେଳିବେ ବୋଲି ପ୍ରକାଶ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com