ଜାତୀୟ

ଦିଲ୍ଲୀରେ ଯୋତା ଫ୍ୟାକଟ୍ରିରେ ନିଆଁ, ୧୦ଟି ଅଗ୍ନିଶମ ଗାଡି ନିୟୋଜିତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ପୁଣି ଭୟଙ୍କର ନିଆଁ  ।  ନରେଲାରେ ଭୟାବହ ଅଗ୍ନିକାଣ୍ଡ । ଏକ ଯୋତା ଫ୍ୟାକଟ୍ରିରେ ଲାଗିଛି ନିଆଁ । ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛି ୧୦ଟି ଅଗ୍ନିଶମ ଗାଡି । ରାତି ୮ଟା ୩୦ରେ ଏହି ଫ୍ୟାକଟ୍ରିରେ ନିଆଁ ଲାଗିଥିବା ସୂଚନା ରହିଛି । ତେବେ ସୂଚନା ପାଇବା କ୍ଷଣି ହିଁ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭାଇବାକୁ ଉଦ୍ୟମ ଆରମ୍ଭ ହୋଇଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଘଟଣାରେ କୌଣସି ମୃତାହତ କିମ୍ବା କ୍ଷତକ୍ଷତିର ସୂଚନା ମିଳିନାହିଁ । କାରଖାନାର ମାଲିକ ମୁକେଶ ଗୁପ୍ତା ବୋଲି ସୂଚନା ମିଳିଛି । ଗତ ଶନିବାର ମଧ୍ୟ ନରେଲା ଅଞ୍ଚଳରେ ଏକ ପ୍ଲାଷ୍ଟିକ ଗୋଦାମରେ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ବେଳେ ବିପୁଳ ସମ୍ପତ୍ତି କିନ୍ତୁ ନଷ୍ଟ ହୋଇଥିଲା । ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲା ୨୭ଟି ଅଗ୍ନିଶମ ଗାଡ଼ି । ଭିତରେ ରହିଥିବା ଲୋକଙ୍କୁ ନିରାପଦରେ ଉଦ୍ଧାର କରାଯାଇ ପାରିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com