ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର ହେଉଛି । ଏଭଳି ଅଭିଯୋଗ ଆଶିଛନ୍ତି ଦିଲ୍ଲୀ ଆପ୍ ନେତ୍ରୀ ଆତିଶି ମାର୍ଲିନା ।
ତାଙ୍କୁ ଜୀବନରୁ ମାରିଦିଆଯିବାକୁ ଚେଷ୍ଟା କରାଯାଉଛି । ଅତିଶିଙ୍କର ଏପରି ଅଭିଯୋଗ ପରେ ଦିଲ୍ଲୀ ଏଲଜି ୨୪ ଘଣ୍ଟା ମଧ୍ୟରେ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ଜେଲ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।