ଜାତୀୟରାଜନୀତି

ବିହାର ରାଜନୀତିରେ ହାଇଡ଼୍ରାମା , RJD ନେତାଙ୍କ ଘରେ CBI ରେଡ୍‌

ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ପୂର୍ବରୁ ବିହାରର ନୀତିଶ ତେଜସ୍ୱୀ ମହାମେଣ୍ଟ ସରକାରକୁ ଝଟକା ଲାଗିଛି । ଏହି ଝଟକା ସିବିଆଇ ରେଡ଼୍ ରୂପରେ ଉଭା ହୋଇଛି । ବୁଧଧବାର ସକାଳୁ ଆରଜେଡି ଏମଏଲସି ସୁନିଲ ସିଂଙ୍କ ବ୍ୟତୀତ ପୂର୍ବତନ ଆରଜେଡି ଏମଏଲସି ସୁବୋଧ ରଏ, ରାଜ୍ୟସଭା ସାଂସଦ ଅଶଫାକ୍ କରିମ୍ ଓ ଫୈୟାଜ୍ ଅହମଦଙ୍କ ଘରେ ସିବିଆଇ ଚଢାଉ କରିଛି । ତେବେ ଉଦ୍ଦେଶ୍ୟମୂଳକ ଭାବେ ଏହି ରେଡ୍ କରାଯାଇଥିବା ଆରଜେଡି ନେତା ସୁନିଲ କହିଛନ୍ତି । ରେଳବାଇରେ ନିଯୁକ୍ତି ଓ ଜମି ଜାଲିଆତି ମାମଲାରେ ସିବିଆଇ ଏହି ରେଡ୍ ହୋଇଥିବା ଜଣାପଡ଼ିଛି। ଏହା ବ୍ୟତୀତ ଝାଡଖଣ୍ଡର ରାଞ୍ଚିରେ ବେଆଇନ ଖଣି ଖନନ ଓ ଚୋରା ଚାଲାଣ ମାମଲାରେ ଚଢାଉ କରାଯାଇଛି। ସୁନୀଲ ସିଂ, ଜଔଊ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଅତି ଘନିଷ୍ଠ ବୋଲି କୁହାଯାଉଛି । ଜଔଊ ବିଧାୟକଙ୍କୁ ଜାଣିଶୁଣି ହଇରାଣ ହରକତ ଏବଂ ଡରାଇବା ପାଇଁ ଏହି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ଆରଜେଡ଼ି ଅଭିଯୋଗ କରିଛି । ଏହି ରେଡ଼୍ ପରେ ବିହାର ରାଜନୀତିରେ ଉଷ୍ମତା ଦେଖା ଦେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com