ଓଡ଼ିଶା
୧୩ ମାସର ପୁଅକୁ ଅନାଥ କରିଦେଲା ବିଷାକ୍ତ ସାପ!

ପଦ୍ମପୁର: ୧୩ ମାସର ପୁଅକୁ ଅନାଥ କରିଦେଲା ବିଷାକ୍ତ ସାପ! ବାପା-ମାଆଙ୍କୁ ଚିହ୍ନିବା ପୂର୍ବରୁ ଅନାଥ ହୋଇଗଲା କୁନିପୁଅ। ସ୍ନେହ, ଭଲ ପାଇବା ଆଗରେ ଅଫେରା ରାଇଜକୁ ଚାଲିଗଲେ ବାପା-ମାଆ। ଏପରି ହୃଦୟବିଦାରକ ଘଟଣା ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅଞ୍ଚଳରେ ଘଟିଛି। ସାପ ଦଂଶରେ ପମ୍ପତିଙ୍କ ମୃତ୍ୟୁ ଘଟିଛି।
ପାଇକମାଳ ଥାନା ଘିଟିକି ଗାଁରେ ଶଙ୍କର ପ୍ରଧାନ ଓ ଶାନ୍ତି ପ୍ରଧାନ ବୁଧବାର ରାତିରେ ଖାଇପିଇ ଶୋଇଥିଲେ। ହେଲେ ଗୁରୁବାର ସକାଳେ ସେମାନେ ଉଠିନଥିଲେ। ଉଭୟ ଚେତା ହରାଇଥିବା ବେଳେ ସାପ କାମୁଡ଼ିବାର ଚିହ୍ନ ଦେଖିବାକୁ ପାଇଥିଲେ ପରିବାର ଲୋକେ। ଏହା ପରେ ଉଭୟଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଶାନ୍ତି ପ୍ରଧାନଙ୍କ ଏବେ ୧୩ ମାସର ପିଲାଟିଏ ରହିଛି।