କ୍ରୀଡ଼ା

ବିରାଟଙ୍କ କ୍ୟାପ୍ଟେନ୍‌ସି ଛାଡିବା ପରେ ଗାଙ୍ଗୁଲିଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ() ଶନିବାର ଟିମ୍‌ ଇଣ୍ଡିଆର ଟେଷ୍ଟ ଅଧିନାୟକ ପଦ ଛାଡିଛନ୍ତି ବିରାଟ କୋହଲି। ଏନେଇ ସେ ସୋସିଆଲ ମିଡିଆରେ ଘୋଷଣା କରିଥିଲେ । ଏବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି।

ଗାଙ୍ଗୁଲି କହିଛନ୍ତି ଯେ, ବିରାଟଙ୍କ ନେତୃତ୍ୱରେ ଭାରତ ସବୁ ଫର୍ମାଟରେ ଉନ୍ନତ ପ୍ରଦର୍ଶନ କରିଛି। ତାଙ୍କର ଅଧିନାୟକ ଭାର ଛାଡିବା ବ୍ୟକ୍ତିଗତ ନିଷ୍ପତ୍ତି। ବିସିସିଆଇ ତାଙ୍କର ଏହି ନିଷ୍ପତ୍ତକୁ ମୁଁ ସମ୍ମାନ କରେ। ସେ ଭବିଷ୍ୟତରେ ଦଳକୁ ଶିଖରରେ ପହଁଚାଇବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବେ। ସେ ଜଣେ ମହାନ ଖେଳାଳି ବୋଲି ଗାଙ୍ଗୁଲି ଟ୍ୱିଟ୍‌ କରି କହିଛନ୍ତି।

Related Articles

Back to top button