କ୍ରୀଡ଼ା
ନ୍ୟୁଜିଲାଣ୍ଡର ଅନ୍ୟତମ ଟପ୍ ଅର୍ଡର ବ୍ୟାଟର କଲିନ୍ ମୁନ୍ରୋ ଅନ୍ତର୍ଜାତୀୟ କ୍ରିକେଟରୁ ତାଙ୍କର ଅବସର ଘୋଷଣା କରିଛନ୍ତି
ନ୍ୟୁଜିଲାଣ୍ଡର ଅନ୍ୟତମ ଟପ୍ ଅର୍ଡର ବ୍ୟାଟର କଲିନ୍ ମୁନ୍ରୋ ଅନ୍ତର୍ଜାତୀୟ କ୍ରିକେଟରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ଆଗାମୀ ଟି୨୦ ବିଶ୍ୱକପ୍ ପାଇଁ ଜାତୀୟ ଦଳରେ ସ୍ଥାନ ନ ମିଳିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି।
୩୭ ବର୍ଷୀୟ ମୁନ୍ରୋ ନ୍ୟୁଜିଲାଣ୍ଡ ତରଫରୁ ଗୋଟିଏ ଟେଷ୍ଟ, ୫୭ ଅନ୍ତର୍ଜାତୀୟ ଦିନିକିଆ ଏବଂ ୬୫ ଟି୨୦ ମ୍ୟାଚ ଖେଳିଛନ୍ତି। ସେ ମୋଟ ୩୦୧୦ ରନ ସଂଗ୍ରହ କରିଛନ୍ତି।