ଓଡ଼ିଶା

ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମକାଳୀନ ଛୁଟି ବୁଧବାର ଠାରୁ ଆରମ୍ଭ ହୋଇ ଜୁନ୍‍ ମାସ ୧୭ ତାରିଖ ପର୍ଯ୍ୟନ୍ତ ରହିବ

ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମକାଳୀନ ଛୁଟି ବୁଧବାର ଠାରୁ ଆରମ୍ଭ ହୋଇ ଜୁନ୍‍ ମାସ ୧୭ ତାରିଖ ପର୍ଯ୍ୟନ୍ତ ରହିବ । ଗ୍ରୀଷ୍ମ ଅବକାଶ ସମୟରେ ଚଳିତମାସ ୨୩, ୨୮, ୩୦ ତାରିଖ ଏବଂ ଜୁନ୍‍ ମାସ ୪, ୬, ୧୧ ଏବଂ ୧୨ ତାରିଖରେ ଅବକାଶକାଳୀନ ଖଣ୍ଡପୀଠ ବସିବ ବୋଲି ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ।

ଜରୁରୀ ମାମଲା ଗୁଡ଼ିକର ଶୁଣାଣି ପାଇଁ ଅବକାଶକାଳୀନ ଖଣ୍ଡପୀଠଙ୍କ ନିକଟରେ ମାମଲା ତାଲିକାଭୁକ୍ତ କରାଯାଇ ପାରିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com