ଜାତୀୟରାଜନୀତି

ଘୋଷଣା ହେଲା ବିଧାନସଭା ତାରିଖ-ଏହି ରାଜ୍ୟରେ ପଡିବ ଭୋଟ,

ଜମ୍ମୁ-କାଶ୍ମୀର-ହରିଆଣା: ଲୋକସଭା ନିର୍ବାଚନ ପରେ ଏବେ କିଛି ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏନେଇ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି । ବାଜିଛି ନିର୍ବାଚନ ବିଗୁଲ । ଘୋଷଣା ହୋଇଛି ବିଧାନସଭା ତାରିଖ । ଏହି ଅନୁସାରେ ଜମ୍ମୁ କଶ୍ମୀର ଏବଂ ହରିୟାଣାରେ ପଡିବ ଭୋଟ । ଏହି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର । ଏଥର ଜମ୍ମୁ-କାଶ୍ମୀରରେ ୯୦ ବିଧାନସଭା ଆସନରେ ଭୋଟିଂ ହେବ । ତିନିଟି ପର୍ୟ୍ୟାୟରେ ହେବ ମତଦାନ ।

ସେପ୍ଟେମ୍ବର ୧୮ରେ ପ୍ରଥମ ପର୍ୟ୍ୟାୟ, ଦ୍ୱିତୀୟ ପର୍ୟ୍ୟାୟ ସେପ୍ଟେମ୍ବର ୨୫ ଓ ଅକ୍ଟୋବର ୧ରେ ତୃତୀୟ ପର୍ୟ୍ୟାୟ ଅନୁଷ୍ଠିତ ହେବ । ମୋଟ ୮୭ ଲକ୍ଷ ୯ ହଜାର ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । ଏଥିପାଇଁ ସମସ୍ତ ପ୍ରାର୍ଥୀଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ । ଏହା ସହିତ ସମସ୍ତ ମତଦାନ କେନ୍ଦ୍ରଗୁଡ଼ିକ ମଧ୍ୟ ସିସିଟିଭି କ୍ୟାମେରା ଦ୍ୱାରା ତଦାରଖ କରାଯିବ । କାରଣ ଦୀର୍ଘ ୧୦ବର୍ଷ ପରେ ଭୋଟ ଦେବାକୁ ଯାଉଛି ଜମ୍ମୁ-କାଶ୍ମୀର । ଧାରା ୩୭୦ ହଟିବା ପରେ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଥିବାରୁ ନିର୍ବାଚନ ହେବାକୁ ଯାଉଛି ।

ସେହିଭଳି ହରିଆଣାରେ ଗୋଟିଏ ପର୍ୟ୍ୟାୟରେ ହେବ ମତଦାନ । ଅକ୍ଟୋବର ପହିଲାରେ ୯୦ ଆସନ ପାଇଁ ପଡିବ ଭୋଟ । ମତସାବ୍ୟସ୍ତ କରିବେ ମୋଟ ୨ କୋଟି ୧ ଲକ୍ଷ ମତଦାତା । ଏଥିପାଇଁ ୨୦ ହଜାର ୨୬୯ ପୁଲିଂ ଷ୍ଟେସନର ବ୍ୟବସ୍ଥା କରାଯିବ । ୧୫୦ ରୁ ଅଧିକ ମେଡାଲ ପୁଲିଂ ବୁଥ୍ ରହିବ । ତେବେ ଅକ୍ଟୋବର ୪ରେ ଉଭୟ ରାଜ୍ୟର ଗଣତି ହୋଇ ସେହିଦିନ ହିଁ ଆସିବ ଫଳାଫଳ ।

Related Articles

Back to top button
WP Twitter Auto Publish Powered By : XYZScripts.com