ଜାତୀୟରାଜନୀତି

‘ପିଡିପି ସହ ହେବନି ମେଣ୍ଟ’: ମେହବୁବା ମୁଫତିଙ୍କୁ ଓମାର ଅବଦୁଲ୍ଲାଙ୍କ ବଡ଼ ଝଟକା !

ନୂଆ ଦିଲ୍ଲୀ: ​​ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ଆଶାକୁ ଲାଗିଛି ବଡ଼ ଝଟକା । ଏକ ଘରୋଇ ନିୟୁଜ ଚ୍ୟାନେଲାକୁ ସ୍ୱତନ୍ତ୍ର ସାକ୍ଷାତକାରରେ ଏନସି ନେତା ଓମାର ଅବଦୁଲ୍ଲା କହିଛନ୍ତି ଯେ, ବିଧାନସଭା ନିର୍ବାଚନରେ ​​ପିଡିପି ସହିତ କୌଣସି ପ୍ରକାରର ମେଣ୍ଟ ହେବ ନାହିଁ।

ସେ କହିଛନ୍ତି ଯେ, ଲୋକସଭା ନିର୍ବାଚନରେ ​​ପିଡିପି ଇଣ୍ଡିଆ ଆଲାଇନ୍ସର ପ୍ରାର୍ଥୀଙ୍କ ବିରୋଧରେ ପ୍ରାର୍ଥୀ କରିଥିଲା। ଓମାର ଅବଦୁଲ୍ଲାଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି, ଯେତେବେଳେ ମେହବୁବା ମୁଫତି ଶନିବାର ଦିନ ଏକ ମେଣ୍ଟର ସୂଚନା ଦେଇଥିଲେ।

ଦଳର ନିର୍ବାଚନ ଇସ୍ତାହାର ଜାରି କରି ସେ କହିଛନ୍ତି ଯେ, ଯଦି ପିଡିପି ଏବଂ କଂଗ୍ରେସ ଆମ ଏଜେଣ୍ଡାକୁ ଆସନ୍ତି, ତେବେ ଆମେ ମେଣ୍ଟ ପାଇଁ ପ୍ରସ୍ତୁତ। ଓମାର ଅବଦୁଲ୍ଲା ମେହବୁବା ମୁଫତିଙ୍କ ଏହି ବିବୃତ୍ତି ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ଜାମ୍ମୁ କାଶ୍ମୀରରେ ନ୍ୟାସନାଲ କନଫରେନ୍ସ ଏବଂ କଂଗ୍ରେସର ମେଣ୍ଟ କେତେ ସିଟ୍ ଜିତିବ ପ୍ରଶ୍ନର ଉତ୍ତରରେ ଓମାର ଅବଦୁଲ୍ଲା କହିଛନ୍ତି ଯେ, “ଏହି ସଂଖ୍ୟା ଏକ ପରିହାସରେ ପରିଣତ ହୋଇଛି।

ଆମେ ଏପର୍ଯ୍ୟନ୍ତ ୪୦୦ ଅତିକ୍ରମ କରିନାହୁଁ, ୩୭୦ ଭୁଲି ନାହୁଁ। ମୁଁ ସଂଖ୍ୟା କହିବି ନାହିଁ। କିନ୍ତୁ ମୁଁ କହିବି ଯେ, ସରକାର ଆମର ହେବ। “ ତେବେ ବିଧାନସଭା ନିର୍ବାଚନ ଫଳାଫଳ ଜନତାଙ୍କ ରାୟ କହିବ, ଜାମ୍ମୁ କାଶ୍ମୀରରେ ସରକାର କିଏ କରିବ l

Related Articles

Back to top button
WP Twitter Auto Publish Powered By : XYZScripts.com