![](https://i0.wp.com/odia.mobilenews24x7.com/wp-content/uploads/2024/08/Champai-Story.jpg?resize=780%2C470&ssl=1)
ଝାଡଖଣ୍ଡ: ଝାଡଖଣ୍ଡ ରାଜନୀତି ହଲଚଲ । ଖେଳ ଖେଳିଦେଲା ବିଜେପି । ଚମ୍ପାଇ ସୋରେନଙ୍କୁ ଆଣି ଦଳରେ ମିଶାଇବା ପରେ ଏବେ ଜୋର୍ ଧରିଛି ରାଜନୀତି । ତେଣୁ ଚର୍ଚ୍ଚା ହେଉଛି କଣ ହେବ ବିଜେପିର ଭାଗ୍ୟ? ଚମ୍ପାଇ ସୋରେନ୍ ଚମକାଇବେ ବା ବିଗାଡିଦେବେ ।
ଏଭଳି କିଛି ଆଲୋଚନା ବିଷାରଦଙ୍କ ମହଲରେ ଜୋର୍ ଧରିଛି । କାରଣ ୨ ଦିନ ତଳେ ଜେଏମଏମରୁ ଇସ୍ତଫା ଦେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ ଏକ ଗେରୁଆ ହୋଇସାରିଛନ୍ତି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ହାତ ଛାଡି ଏବେ ମୋଦିଙ୍କୁ ଭରଷା କରିଛନ୍ତି ।
ଯେଉଁଥିପାଇଁ ରାଞ୍ଚିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ବିଜେପିରେ ଯୋଗ ଦେଇଛନ୍ତି । ବାବୁଲାଲ ମାରାଣ୍ଡି ଚମ୍ପାଇଙ୍କୁ ମାଳ ପିନ୍ଧାଇ ବିଜେପିକୁ ସ୍ୱାଗତ କରିଛନ୍ତି। ହେମନ୍ତ ସୋରେନ୍ ଜେଲରୁ ବାହରିବା ପରେ ଚମ୍ପାଇଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପାଇଁ କୁହାଯାଇଥିଲା ।
ଯାହା ତାଙ୍କୁ ଅପମାନ ଦେଇଥିଲା । ସେବେଠାରୁ ମନରେ କୁହୁଳୁଥିବା ଧୂଆଁ ଆଜି ନିଆଁର ରୂପ ନେବା ସହ ଜେଏମଏମ୍ ବିରୋଧରେ ଠିଆହୋଇଛନ୍ତି । ସେହିପରି ତାଙ୍କ ସହିତ ଆଉ କିଛି ନେତା ମଧ୍ୟ ଛାଡିଛନ୍ତି ଜେଏମଏମ୍ ।
କୋଲହାନ ଟାଇଗର କୁହାଯାଉଥିବା ଚମ୍ପାଇ ଶ୍ରମିକମାନଙ୍କ ସ୍ବାର୍ଥରେ ଅନେକ ଆନ୍ଦୋଳନ କରିସାରିଛନ୍ତି । ତାଙ୍କ ଆନ୍ଦୋଳନର ଶକ୍ତି ଏତେ ଥିଲା ଯେ କୌଣସି ଶିଳ୍ପପତି ତାଙ୍କ ସାମ୍ନାରେ ସ୍ବର ଉଠାଇ ପାରିବେ ନାହିଁ। କୋଲହାନରେ ଚମ୍ପାଇ ସୋରେନଙ୍କର ଏକ ଭିନ୍ନ ପରିଚୟ ଅଛି।
ଗରିବରୁ ଉଚ୍ଚ ପରିବାରର ଲୋକମାନେ ତାଙ୍କ ସମସ୍ୟା ସହିତ ତାଙ୍କ ଦରବାରକୁ ଆସନ୍ତି ଏବଂ ସେମାନଙ୍କର ସମସ୍ୟାର ସମାଧାନ କରନ୍ତି । ଏବେ ବିଜେପିରେ ମିଶିବା ପରେ କଣ ରହିବ ଚମ୍ପାଇଙ୍କ ଆଗମୀ ପଦକ୍ଷେପ, ତାହା ଉପରେ ରହିଛି ସମସ୍ତଙ୍କ ନଜର ।