ଜାତୀୟରାଜନୀତି

ଚିରାଗ ପାଶୱାନଙ୍କ ନାଁରେ କାହିଁକି ମାମଲା ଦାୟର କାଲେ ବିଜେପି ନେତା? ଦେଖନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପରେ ଏନଡିଏ ସହ ମିଶି ସରକାର ଗଢିଥିଲେ । ଅଢେଇ ମାସ ସୁରୁଖୁରୁରେ ବି ଚାଲିଲା । କିନ୍ତୁ ଏବେ ବଢିବାରେ ଲାଗିଲାଣି ଦୂରତା । କଥା ଉଠିଲାଣି କୋର୍ଟରେ । ଆମେ କହୁଛୁ ବିଜେପିର ଏବଂ ବିହାରର ଲୋକ ଜନଶକ୍ତି ପାର୍ଟି ବା ଏଲଜେପି କଥା ।

ଏଲଜେପି ମୁଖ୍ୟ ତଥା କେନ୍ଦ୍ର ମନ୍ତ୍ରୀ ଚିରାଗ ପାଶ୍ବାନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଲଗାଇଛନ୍ତି ବିଜେପି ନେତା ରାକେଶ ସିଂହ । ଏହାକୁ ନେଇ ସେ ପାଟନା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଆବେଦନ ଦାଏର କରିଛନ୍ତି ।

ସେହିପରି ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି ରାକେଶ । ଚିରାଗଙ୍କ ବିରୋଧରେ ସେ ତିନୋଟି ବଡ ଅଭିଯୋଗ ଆଣିଛନ୍ତି । ଖଗଡ଼ିଆର ସହରବନ୍ନୀ ସ୍ଥିତ ପୈତୃକ ସମ୍ପତ୍ତିର ୮୦ ଏକର ଜମିର ତଥ୍ୟ ଲୁଚାଇବା, ବିଟେକ୍‌ ଡିଗ୍ରୀ ଯୋଗ୍ୟତା ସମ୍ପର୍କରେ ଭୁଲ୍ ତଥ୍ୟ ଏବଂ ଦୁଷ୍କର୍ମ ଭଳି ସଙ୍ଗୀନ ମାମଲାର ତଥ୍ୟ ଲୁଚାଇ ଥିବା ଅଭିଯୋଗ କରିଛନ୍ତି ରାକେଶ।

ଏଥିସହିତ ସେ ଚିରାଗଙ୍କ ହାଜିପୁର ଲୋକସଭା ସଦସ୍ୟତାକୁ ବିରୋଧ କରିଛନ୍ତି । ଏହାପରେ ଚିରାଗଙ୍କ ଲୋକସଭା ସଦସ୍ୟତା ଉପରେ ବିପଦ ଆସିପାରେ ବୋଲି ଚର୍ଚ୍ଚା ହେଉଛି । ସେପଟେ ଏଲଜେପିର ୩ ସାଂସଦ ବିଜେପି ଲିଙ୍କରେ ଥିବା ଆଲୋଚନା ହେଉଛି ।

ଯାହା ଚିରାଗଙ୍କ ପାର୍ଟିକୁ ଦୁର୍ବଳ କରିଦେଇପାରେ । କିନ୍ତୁ ବିଜେପି ସହ ଫାଟ ଥିବା ଖବରକୁ ଖଣ୍ଡନ କରିଛନ୍ତି ଚିରାଗ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଅଲଗା ହେବେ ନାହିଁ ବୋଲି କହିଛନ୍ତି । ତେବେ ଏହି ମାମଲା ଆଗକୁ କେଉଁଆଡ଼େ ଯାଉଛି ତାହା ଦେଖିବାକୁ ଅପେକ୍ଷା ।

Related Articles

Back to top button
WP Twitter Auto Publish Powered By : XYZScripts.com