ସମ୍ବଲପୁର: ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କର ଆଜି ଭୋର ପ୍ରାୟ ୪ଟା ସମୟରେ ପରଲୋକ ଘଟିଛି l ହୃତଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ରବିବାର ଭୋର୍ ସମୟରେ ହୃଦ୍ଘାତରେ ତାଙ୍କର ଦେହାନ୍ତ ହୋଇଛି ।
ବ୍ରଜରାଜନଗରସ୍ଥିତ ହରିଓଁ ବିହାର ଘରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମରଶରୀରକୁ ଶେଷ ଦର୍ଶନ ପାଇଁ ରଖାଯାଇଛି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ପ୍ରକାଶ ପାଇଛି ଶୋକ । ସୂଚନାଯୋଗ୍ୟ, ୧୯୮୦-୮୫ରେ କଂଗ୍ରେସ ଟିକେଟରୁ ସେ ନିର୍ବାଚନ ଲଢ଼ି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
ସେ କଂଗ୍ରେସର ଜଣେ ଦକ୍ଷ ନେତା ଭାବେ ବେଶ୍ ଜଣାଶୁଣା ଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ସମ୍ବଲପୁର ବିଧାୟକ ରହିଥିଲେ l ୨୦୧୮- ୨୦୨୨ ପର୍ଯ୍ୟନ୍ତ ସମ୍ବଲପୁରର କଂଗ୍ରେସର ଜିଲ୍ଲା ସଭାପତି ଓ AICC ସଦସ୍ୟ ରହିଥିଲେ।