ଓଡ଼ିଶା

ରେଭେନ୍ସା ନାଁକୁ ନେଇ ବିଧାନସଭାରେ ବିରୋଧୀଙ୍କ ହୋହାଲ୍ଲା, କେମିତି ଜାଣନ୍ତୁ

ଭୁବନେଶ୍ୱର: ବିଧାନସଭାରେ ଉଠିଲା ରେଭେନ୍ସା ନାଁ ପରିବର୍ତ୍ତନର ଝଡ଼ । ଆଜି ଅର୍ଥାତ ଗୁରୁବାର ଦିନ ବିଧାନସଭା ଶୂନ୍ୟକାଳରେ ରେଭେନ୍ସା ପ୍ରସଙ୍ଗ ଉଠାଇଛନ୍ତି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ । ରେଭେନ୍ସା କଲେଜର ନାଁ ପରିବର୍ତ୍ତନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କରିଛନ୍ତି ବ୍ୟୋମକେଶ। ସେ କହିଛନ୍ତି, ରେଭେନ୍ସା ୧୫୬ ବର୍ଷର ଶିକ୍ଷାନୁଷ୍ଠାନ, ନ’ଙ୍କ ଦୁର୍ଭିକ୍ଷ ସହ ଏହାକୁ ଯୋଡ଼ିବା ଠିକ ନୁହେଁ ।

ରେଭେନ୍ସା ତାଙ୍କ କାର୍ଯ୍ୟକାଳରେ ଓଡ଼ିଆ ପଢ଼ାଯିବା ଲାଗି ବିଶେଷ ଗୁରୁତ୍ୱ ଦେଇଥିଲେ । ରେଭେନ୍ସାଙ୍କ ଉଦ୍ୟମକୁ ସେତେବେଳେ ବ୍ୟାସକବି ଫକୀର ମୋହନ ସେନାପତି ଓ ଗୌରୀଶଙ୍କର ରାୟ ମଧ୍ୟ ପ୍ରଶଂସା କରିଥିଲେ । ସେ ଚାହିଁ ନଥିଲେ ତାଙ୍କ ନାଁରେ ରେଭେନ୍ସା କଲେଜ ହେଉ। ନାଁ ପରିବର୍ତ୍ତନକୁ ନେଇ ଆନ୍ଦୋଳନ ବଢୁଛି, ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖନ୍ତୁ ବୋଲି ବିଧାୟକ ଦାବି କରିଛନ୍ତି l

ତେଣୁ ନାଁ ପରିବର୍ତ୍ତନ ନେଇ କେନ୍ଦ୍ରମନ୍ତ୍ରୀ ନିଜସ୍ବ ମତ ରଖିବା ସହ ବିତର୍କ ଆହ୍ବାନ କରିଥିଲେ ବି ଏହାକୁ ଜୋରଦାର ବିରୋଧ ହେଲାଣି । ତେବେ ଏହାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟକ୍ତିଗତ ମତ ବୋଲି କହିଛି ବିଜେପି ।

Related Articles

Back to top button
WP Twitter Auto Publish Powered By : XYZScripts.com