ଜାତୀୟରାଜନୀତି

କୁରୁକ୍ଷେତ୍ର ପାଇଁ କଂଗ୍ରେସର ଚାଲିଛି ମନ୍ଥନ-ଘନ ଘନ ବୈଠକ ଡାକୁଛନ୍ତି ହାଇକମାଣ୍ଡ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୫ରେ ହରିୟାଣା ନିର୍ବାଚନ । ୯୦ଟି ବିଧାନସଭା ଆସନରେ ପଡିବ ଭୋଟ । ଏନେଇ ସଜବାଜ ହେଲେଣି ଉଭୟ ବିଜେପି ଓ କଂଗ୍ରେସ । ରଣାଙ୍ଗନାକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି ଯୋଦ୍ଧା । ଏହାରି ଭିତରେ ଟିକେ ଆଗୁଆ ରହିଛି ବିଜେପି । କୁରୁକ୍ଷେତ୍ରରେ ଲଢେଇ ପାଇଁ ପ୍ରଥମ ପର୍ଯ୍ୟାୟରେ ୬୭ ଯୋଦ୍ଧାଙ୍କୁ ମଇଦାନକୁ ଓହ୍ଲାଇଛି ଦଳ ।

ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନିଙ୍କ ନାଁ ରହିଛି । ସେ ଲାଡୱା ଆସନରୁ ଲଢିବେ । ତେବେ ମୁଖ୍ୟମନ୍ତ୍ରୀ ଚୌକିରେ ବସିବା ପୂର୍ବରୁ ସେ କୁରୁକ୍ଷେତ୍ର ଲୋକସଭାରୁ ନିର୍ବାଚିତ ହୋଇଥିଲେ । ହେଲେ ଚଳିତ ବର୍ଷ ମାର୍ଚ୍ଚ ମାସରେ ମୁଖ୍ୟମନ୍ତ୍ରୀ ହେବା ପରେ ଗତ ଜୁନରେ କର୍ନାଲ ବିଧାନସଭା ଆସନରୁ ଲଢି ବିଜୟୀ ହୋଇଥିଲେ । ସେହିପରି ପ୍ରାର୍ଥୀ ତାଲିକାରୁ ୯ ବିଧାୟକଙ୍କ ଟିକେଟ କଟିଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ କଂଗ୍ରେସ କଥା ଦେଖିଲେ, ଏବେ ସେ ପ୍ରାର୍ଥୀ ଦେବାରେ ପଛରେ ପଡିଛି । କେମିତି ପ୍ରାର୍ଥୀ ଚୟନ କରିବ, କାହାକୁ ଟିକେଟ ଦେବ ସେନେଇ ମାନସ ମନ୍ଥନ କରୁଛି । ଏହାସହ ରାଜ୍ୟରେ ଚାଲିଥିବା ଗ୍ରୁପିଜିମ୍ କୁ କିପରି ସଜାଡିବ, ସେ ବାବଦରେ ମାପିଚୁପି ନିଷ୍ପତି ନେବାକୁ ପ୍ରସ୍ତୁତ ହେଉଛି ଦଳ । ଯେଉଁଥିପାଇଁ ପ୍ରାର୍ଥୀ ଚୟନରେ ବିଳମ୍ବ ହେଉଥିବା କୁହାଯାଉଛି । ଆଉ ଏସବୁ ଦୃଷ୍ଟିରୁ ଚର୍ଚ୍ଚ କି ଆଗୁଆ ବିଜେପି ଓ ପଛୁଆ କଂଗ୍ରେସ ।

Related Articles

Back to top button
WP Twitter Auto Publish Powered By : XYZScripts.com