ଜାତୀୟ

ଡାକ୍ତରମାନେ ରାଜରାସ୍ତାରେ ଥିବାରୁ ମୁଁ ମଧ୍ୟ ରାତିରେ ଶୋଇପାରୁ ନାହିଁ: ମମତା ବାନାର୍ଜୀ

କୋଳକାତା: ଶେଷରେ ୩୫ ଦିନ ପରେ ମୁଣ୍ଡ ନୁଆଁଇଲେ ମମତା । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଆନ୍ଦୋଳନରତ ଡାକ୍ତରଙ୍କ ନିକଟରେ ପହଞ୍ଚିଛନ୍ତି । ପ୍ରଥମ ଥର ପାଇଁ ସର୍ବସାଧାରଣରେ ଆଜି ଜୁନିୟର୍ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ସ୍ବାସ୍ଥ୍ୟ ଭବନ ବାହାରେ ଗଲା ୫ ଦିନ ଧରି ଖରା, ବର୍ଷାରେ ଧାରଣାରେ, ବିକ୍ଷୋଭ କରୁଥିବା ଡାକ୍ତରଙ୍କୁ ଆଜି ଭେଟି କାର୍ଯ୍ୟରେ ଯୋଗ ଦେବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ସମୟ ମଧ୍ୟରେ ସେ ଡାକ୍ତରମାନଙ୍କୁ କାମକୁ ଫେରିବା ପାଇଁ ମନାଇବା ପାଇଁ ଏକ ଭାବପ୍ରବଣ ପଦକ୍ଷେପ ମଧ୍ୟ ନେଇଥିଲେ । ଡାକ୍ତରଙ୍କ ବିରୋଧସ୍ଥଳରେ ପହଞ୍ଚି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ନ୍ୟାୟ ଚାହୁଁଛୁ, ମୁଁ ଆପଣମାନଙ୍କର ଯନ୍ତ୍ରଣା ବୁଝିପାରୁଛି, ସେଥିପାଇଁ ମୁଁ ତୁମ ସହିତ ଅଛି । ମୁଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚିନ୍ତିତ ନୁହେଁ । ମୋର ଛାତ୍ର ଜୀବନରେ ମୁଁ ବହୁତ ଆନ୍ଦୋଳନ ମଧ୍ୟ କରିଛି ।

ମୁଁ ଆପଣମାନଙ୍କର ସୁରକ୍ଷା ପାଇଁ ଚିନ୍ତିତ । ମମତା ବାନାର୍ଜୀଙ୍କ ଅନୁଯାୟୀ, ଆପଣମାନେ ରାଜରାସ୍ତାରେ ଥିବାରୁ ମୁଁ ମଧ୍ୟ ରାତିରେ ଶୋଇପାରୁ ନାହିଁ । ଜଗୁଆଳି ଭାବରେ ମୋତେ ଜାଗ୍ରତ ରହିବାକୁ ପଡିବ । ଯଦି ଆପଣ ଲୋକମାନେ କାମକୁ ଫେରିଯାଆନ୍ତି, ମୁଁ ପ୍ରତିଜ୍ଞା କରୁଛି ଯେ ଆପଣଙ୍କର ସମସ୍ତ ଦାବି ମାନିନେବି । ଦୋଷୀଙ୍କୁ ଦଣ୍ଡ ଦିଆଯିବ । ମୁଁ ସିବିଆଇରୁ ଫାଶୀଦଣ୍ଡ ଦାବି କରୁଛି ।

ଅଗଷ୍ଟ ୯, ୨୦୨୪ରେ ପଶ୍ଚିମବଙ୍ଗର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ସେମିନାର ହଲରେ ଜଣେ ମହିଳା ତାଲିମପ୍ରାପ୍ତ ଡାକ୍ତରଙ୍କ ମୃତଦେହ ମିଳିଥିଲା । ତାଙ୍କୁ ବଳାତ୍କାର କରାଯାଇଥିଲା ଏବଂ ପରେ ହତ୍ୟା କରାଯାଇଥିଲା ।

ତାଙ୍କ ବଳାତ୍କାର ଓ ହତ୍ୟା ବିରୋଧରେ ଜୁନିଅର ଡାକ୍ତରମାନେ ବିରୋଧ କରୁଛନ୍ତି । ତେବେ ଗତକାଲି ଘଟଣାକୁ ନେଇ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଜୁନିୟର୍ ଡାକ୍ତର ସଂଘ। ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କୁ ମାମଲାରେ ହସ୍ତକ୍ଷେପ ପାଇଁ ନିବେଦନ କରିଥିଲେ । ପଶ୍ଚିମବଙ୍ଗ ସରକାରଙ୍କ ଉପରୁ ଭରସା ହରାଇଛନ୍ତି ଜୁନିୟର୍ ଡାକ୍ତର ସଂଘ । ତେଣୁ ସିଧାସଳଖ ମାମଲାରେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ଦୌପଦ୍ରୀ ମୁର୍ମୁଙ୍କୁ ହସ୍ତକ୍ଷେପ କରିବାକୁ ନିବେଦନ ଜଣାଇଥିଲେ ଡାକ୍ତର ।

Related Articles

Back to top button
WP Twitter Auto Publish Powered By : XYZScripts.com