ଜାତୀୟରାଜନୀତି

ଶୀଲା ଦୀକ୍ଷିତଙ୍କ ପୁଅ ସନ୍ଦୀପ ଦୀକ୍ଷିତ, କୋର୍ଟ-କେଜ୍ରିୱାଲ-ହେମନ୍ତ ସୋରେନଙ୍କୁ କଣ କହିଲେ ଶୁଣନ୍ତୁ

ନୂଆଦିଲ୍ଲୀ: ଆପଣଙ୍କୁ ବହୁତ ଆଗରୁ ମୁଖ୍ୟମନ୍ତ୍ରୀ ପଦ ଛାଡିଦେବାର ଥିଲା । ଆମେ ତ ଆପଣଙ୍କୁ ଆଗରୁ କହୁଥିଲୁ । ଯେତେବେଳେ ଆପଣ ଜେଲରେ ଥିଲେ ସେତେବେଳେ ଛାଡି ଦେବାର ଥିଲା । ଏବେ ଆପଣଙ୍କ ପାଖରେ ଆଉ କିଛି ବାଟ ନାହିଁ ।

ତେଣୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ନାଟକ କରୁଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏପରି କହିଛନ୍ତି ଶୀଲା ଦୀକ୍ଷିତଙ୍କ ପୁଅ ତଥା କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ ।

କେଜ୍ରିୱାଲଙ୍କ ବଡ଼ ସମାଲୋଚକ ଭାବେ ଜଣାଶୁଣା ସନ୍ଦୀପ ଆହୁରି ମଧ୍ୟ କହିଛନ୍ତି ଯେ, ଫାଇଲରେ ଦସ୍ତଖତ ସାଙ୍ଗକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଯିବାକୁ କେଜ୍ରିୱାଲ ମନା କରିଛନ୍ତି । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବି ଜେଲ୍ ଯାଇଥିଲେ ।

ପୂର୍ବରୁ ଅନେକ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଜେଲ୍ ଯାଇଛନ୍ତି କିନ୍ତୁ କାହା ଉପରେ କୋର୍ଟଙ୍କ ସର୍ତ୍ତ ନଥିଲା । କିନ୍ତୁ କେଜ୍ରିୱାଲ ସିଏମଓକୁ ଫେରିଲେ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିବେ । ତେଣୁ ତାଙ୍କ ସର୍ତ୍ତ ରଖାଗଲା ବୋଲି କହିିଛନ୍ତି ସନ୍ଦୀପ ଦୀକ୍ଷିତ ।

Related Articles

Back to top button
WP Twitter Auto Publish Powered By : XYZScripts.com