ଜାତୀୟରାଜନୀତି

କେଜ୍ରିୱାଲ ସଚ୍ଚୋଟତା ଏବଂ ଅଗ୍ନି ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଛନ୍ତି: ରାଘବ ଚଡ୍ଡା

ନୂଆଦିଲ୍ଲୀ: ଦୁଇ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେକୁ ଘୋଷଣା କରିଛନ୍ତି ଅରବିନ୍ଦ କେଜ୍ରିୱାଲ । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆପ ସାଂସଦ ରାଘବ ଚଡ୍ଡା କହିଛନ୍ତି ଯେ, ତାଙ୍କୁ ଅଭିଯୁକ୍ତ ବୋଲି କୁହାଯାଇଥିଲା, ଦୋଷ ଲଦାଗଲା । ତେଣୁ କେଜ୍ରିଓ୍ବାଲ ଏବେ ସଚ୍ଚୋଟତାର ପରୀକ୍ଷା ଏବଂ ଅଗ୍ନି ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ଏଥିସହିତ ଦିଲ୍ଲୀର ଜନତା ଜାଣିଛନ୍ତି ଆଉ ବୁଝିଛନ୍ତି ମଧ୍ୟ ତେଣୁ ଝାଡୁ ବଟନ୍ ଦବାଇ କେଜ୍ରିୱାଲ ଜୀଙ୍କୁ ସଚ୍ଚୋଟ ଘୋଷଣା କରିବେ । ରାଘବ ଚଡ୍ଡା କହିଛନ୍ତି ଯେ, ୨୦୨୫ ନିର୍ବାଚନ ମାଧ୍ୟମରେ ଦିଲ୍ଲୀର ଲୋକମାନେ ଅରବିନ୍ଦ କେଜ୍ରିୱାଲଙ୍କୁ ସଚ୍ଚୋଟ ବୋଲି ଭୋଟ ମାଧ୍ୟମରେ ପ୍ରମାଣିତ କରିବେ । ଫିଲ୍ମ ଦିୱାରରେ ଯେପରି ଅମିତାଭ ବଚ୍ଚନଙ୍କ ହାତରେ ଯାହା ଲେଖା ହୋଇଥିଲା, ତାହାର ଓଲଟା ଭାବେ ଦିଲ୍ଲୀର ଲୋକମାନେ ସେମାନଙ୍କ ହାତରେ ଲେଖିବେ ଯେ ଆମ କେଜ୍ରିୱାଲ ସଚ୍ଚୋଟ ଅଟନ୍ତି ।

ରାଘବ ଆହୁରି କହିଛନ୍ତି ଯେ. ୨୦୨୦ରେ ଅରବିନ୍ଦ କେଜ୍ରିୱାଲ କାମ ଆଧାରରେ ଭୋଟ୍ ମାଗିଥିଲେ ଏବଂ ସେ କହିଥିଲେ ଯେ ଯଦି ମୁଁ କାମ କରିଛି ତେବେ ମୋତେ ଭୋଟ୍ ଦିଅ । ଯଦି ମୁଁ କାମ କରିନାହିଁ ତେବେ ମୋତେ ଭୋଟ୍ ଦିଅ ନାହିଁ । ଅନ୍ୟପଟେ ତିହାର ଜେଲରୁ ବାହାରିବାର ଦୁଇ ଦିନ ପରେ ଅରବିନ୍ଦ କେଜରିୱାଲ କର୍ମୀମାନଙ୍କୁ ସମ୍ବୋଧିତ କରିଥିଲେ।

ଏହି ସମୟରେ ସେ କହିଥିଲେ ଯେ ମୁଁ ଆଜିଠାରୁ ଦୁଇ ଦିନ ମଧ୍ୟରେ ଇସ୍ତଫା ଦେବାକୁ ଯାଉଛି। ବର୍ତ୍ତମାନ କେଜରିୱାଲ ସଚ୍ଚୋଟ ବୋଲି ଜନସାଧାରଣ ଏହାର ରାୟ ନ ଦେବା ପର୍ଯ୍ୟନ୍ତ ମୁଁ ମୁଖ୍ୟମନ୍ତ୍ରୀ ଚେୟାରରେ ବସିବି ନାହିଁ। ସେ ଏହା ସ୍ପଷ୍ଟ କରିଛନ୍ତି ଯେ କେବଳ ଆମ ଆଦମୀ ପାର୍ଟିର ଜଣେ ବିଧାୟକ ମୁଖ୍ୟମନ୍ତ୍ରୀ ହେବେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋର ଇସ୍ତଫାରେ ଦିଲ୍ଲୀ ବିଧାନସଭା ଭଙ୍ଗ ହେବ ନାହିଁ । ଆମ ଆଦମୀ ପାର୍ଟିର ବିଧାନସଭା ବୈଠକରେ ନୂତନ ମୁଖ୍ୟମନ୍ତ୍ରୀ ଚୟନ କରାଯିବ। କେଜରିୱାଲ ସ୍ପଷ୍ଟ କରିଛନ୍ତି ଯେ ମନୀଷ ସିସୋଡିଆ ମଧ୍ୟ କୌଣସି ଦାୟିତ୍ୱ ଗ୍ରହଣ କରିବେ ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com