ଜାତୀୟରାଜନୀତି

ରାହୁଲଙ୍କ ଜିଭକୁ କାଟ, ୧୧ ଲକ୍ଷ ପୁରସ୍କାର ନିଅ: ସଞ୍ଜୟ ଗାଏକ୍ବାଡ

ନୂଆଦିଲ୍ଲୀ: ରାହୁଲଙ୍କ ଜିଭ କାଟ, ପୁରସ୍କାର ନିଅ । ଏଭଳି କହି ବିବାଦରେ ଶିବସେନା ବିଧାୟକ ସଞ୍ଜୟ ଗାଏକ୍ବାଡ। ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ସେ ନିଜ ବୟାନ ପାଇଁ ବିବାଦୀୟ ହୋଇ ପଡିଛନ୍ତି । ଏହାକୁ ନେଇ ଦେଶରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । ଏପରିକି ରାହୁଲ ଗାନ୍ଧୀଙ୍କ ଜିଭ କାଟିଲେ ୧୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦେବେ ବୋଲି ବିଧାୟକ ଘୋଷଣା କରିଛନ୍ତି ।

ଶିବସେନା ବିଧାୟକ ସଞ୍ଜୟ ଗାୟକୱାଡ କହିଛନ୍ତି ଯେ ରାହୁଲ ସଂରକ୍ଷଣ ଶେଷ କରିବାକୁ କହି ଭୁଲ କରିଛନ୍ତି l ଯେଉଁଥିପାଇଁ ତାଙ୍କୁ ଦଣ୍ଡ ଦିଆଯିବା ଉଚିତ । ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଯାଇଥିଲେ । ସେଠାରେ ସେ ବିଜେପି ଏବଂ ଆରଏସଏସକୁ ଟାର୍ଗେଟ କରିଥିଲେ ।

ଏହି ସମୟ ମଧ୍ୟରେ ସେ ଶିଖମାନଙ୍କ ବିଷୟରେ ଏକ ବିବାଦୀୟ ବିବୃତ୍ତି ମଧ୍ୟ ଦେଇଥିଲେ । ଯାହା କି ସେ କହିଥିଲେ ଯେ ସେ ଭାରତରେ ସଂରକ୍ଷଣ ବ୍ୟବସ୍ଥା ଶେଷ କରିବାକୁ ଚାହୁଁଛନ୍ତି । ଏହା କଂଗ୍ରେସର ପ୍ରକୃତ ଚେହେରା ଦର୍ଶାଉଛି ।

ସେଥିପାଇଁ ଯିଏ ରାହୁଲ ଗାନ୍ଧୀଙ୍କ ଜିଭ କାଟିବ ମୁଁ ତାଙ୍କୁ ୧୧ ଲକ୍ଷ ଟଙ୍କା ପୁରସ୍କାର ଦେବି । ଅନ୍ୟପଟେ କେନ୍ଦ୍ର ମନ୍ତ୍ରୀ ରବନୀତ ସିଂ ବିଟୁ କହିଛନ୍ତି, ରାହୁଲ ଗାନ୍ଧୀ ଜଣେ ଭାରତୀୟ ନୁହଁନ୍ତି, ସେ ଅଧିକାଂଶ ସମୟ ବାହାରେ ବିତାଇଛନ୍ତି । ସେ ନିଜ ଦେଶକୁ ଅଧିକ ଭଲ ପାଆନ୍ତି ନାହିଁ । ସେ ବିଦେଶ ଯାଇ ଭୁଲ କଥା କହୁଛନ୍ତି ।

ଯେଉଁମାନେ ବିଚ୍ଛିନ୍ନତାବାଦୀ, ବୋମା, ବନ୍ଧୁକ ଏବଂ ଗୁଳି ତିଆରି କରିବାରେ ବିଶେଷଜ୍ଞ, ସେମାନେ ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ପ୍ରଶଂସା କରିଛନ୍ତି। ବିମାନ, ଟ୍ରେନ, ରାସ୍ତା ବିସ୍ଫୋରଣ କରିବାକୁ ଚେଷ୍ଟା କରୁଥିବା ଦେଶର ଶତ୍ରୁମାନେ ରାହୁଲଙ୍କ ସମର୍ଥନରେ ଅଛନ୍ତି।

ଦେଶର ଏକ ନମ୍ବର ଆତଙ୍କବାଦୀ ଏବଂ ସବୁଠାରୁ ବଡ ଶତ୍ରୁକୁ ଧରିବା ପାଇଁ ଯଦି କାହାକୁ ପୁରସ୍କାର ମିଳିବା କଥା ଆସେ, ତେବେ ଏହା ରାହୁଲ ଗାନ୍ଧୀଙ୍କ ନିକଟକୁ ଯିବା ଉଚିତ୍‌।

Related Articles

Back to top button
WP Twitter Auto Publish Powered By : XYZScripts.com