ଓଡ଼ିଶାରାଜନୀତି

କଣ ହେବ ସୁଜିତ କୁମାରଙ୍କ ଭାଗ୍ୟ? ବଡ଼ ଗେମ୍ ଖେଳିବ ବିଜେପି!

ଭୁବନେଶ୍ୱର: ମମତା ମହାନ୍ତଙ୍କ ପରେ ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଛନ୍ତି ସୁଜିତ କୁମାର । ଆଉ ୨ଜଣ ହିଁ ଧରିସାରିଛନ୍ତି ପଦ୍ମ । ତେବେ ଜଣଙ୍କୁ ବିଜେପି ପୁଣି ଥରେ ସେହି ସ୍ଥାନରେ କରିସାରିଛି ଅବସ୍ଥାପିତ । ଅର୍ଥାତ ରାଜ୍ୟସଭା ନିର୍ବାଚନରେ ମମତା ମହାନ୍ତଙ୍କୁ ଦଳ ପଠାଇସାରିଛି ଦିଲ୍ଲୀ ଦରବାର । ଏଭଳି ସ୍ଥଳେ ସୁଜିତ କୁମାରଙ୍କ ଭାଗ୍ୟ କଣ ହେବ, ତାକୁ ନେଇ ଜୋର ଧରିଛି ଚର୍ଚ୍ଚା ।

କାରଣ ମମତାଙ୍କ ଭଳି ସୁଜିତଙ୍କୁ ବି ପୁଣି ଥରେ ରାଜ୍ୟସଭା ପଠାଇବ ନା ତାଙ୍କ ସ୍ଥାନରେ ଦଳର ଅନ୍ୟ ବରିଷ୍ଠଙ୍କୁ ଥଇଥାନ କରିବ ତାକୁ ନେଇ ଚାଲିଛି ଆଲୋଚନା । ଏମିତି ଦେଖିଲେ ପୂର୍ବରୁ ବି ମମତା ମହାନ୍ତଙ୍କ ସ୍ଥାନରେ ରାଜ୍ୟସଭା ଯିବା ପାଇଁ ଚର୍ଚ୍ଚାରେ ଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସମୀର ମହାନ୍ତି ଓ ସମୀର ଦାଶଙ୍କ ଭଳି କିଛି ବରିଷ୍ଠ ନେତା ।

କିନ୍ତୁ ସେସବୁକୁ ପଛରେ ପକାଇ ମମତାଙ୍କ ଉପରେ ମୋହର ମାରିଥିଲା ବିଜେପି । ହେଲେ ଏଥର ସୁଜିତ କୁମାରଙ୍କ କ୍ଷେତ୍ରରେ ସେଭଳି ସମାନ ଅବସ୍ଥା ହେବା ନେଇ ଦେଖାଦେଇଛି ଅନିଶ୍ଚିତତା । କୁହାଯାଉଛି କି କିଛି ବଡ଼ ଗେମ୍ ଖେଳିପାରେ ବିଜେପି । ସୁଜିତ ନୁହନ୍ତି ବରଂ ମନମୋହନ ସାମଲଙ୍କୁ ଦିଲ୍ଲୀ ପଠାଇବା ପାଇଁ ଚିନ୍ତା କରୁଛି ଭାରତୀୟ ଜନତା ପାର୍ଟି ।

ଯେହେତୁ ନିର୍ବାଚନ ସମୟରେ ମନମୋହନଙ୍କ ଅବଦାନ ଯଥେଷ୍ଟ ରହିଥିଲା ଏବଂ ଦଳକୁ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା, ସେ ଦୃଷ୍ଟିରୁ ତାଙ୍କୁ ଥଇଥାନ କରିବା ପାଇଁ ଦଳ ଭିତରେ କୁଆଡେ ଜୋର ଦାର ଲବି ଚାଲିଛି । ଏମିତି କିଛି ଦଳୀୟ ମହଲରେ ଆଲୋଚନା ହେଉଛି ।

ତେଣୁ ସୁଜିତ କୁମାରଙ୍କ ସ୍ଥାନରେ ମନମୋହନ ରାଜ୍ୟସଭା ଯିବା ସମ୍ଭାବନା ଅଧିକ । ଆଉ ଏପରି ହେଲେ ସୁଜିତ ଶିଶୁପାଳ ହୋଇପାରନ୍ତି । ଅର୍ଥାତ ଯଦି ରାଜନୀତିରେ ତାଙ୍କୁ କିଛି ଫାଇଦା ନମିଳେ, ତେବେ ସେ ବର୍ତମାନ ଓଡିଶା ହାଇକୋର୍ଟରେ ଓକିଲାତି କରୁଥିବାରୁ, ନିଜର ପ୍ରଫେସନକୁ ବାଛି ପାରନ୍ତି ସୁଜିତ କୁମାର । ଏମିତି କିଛି ଚର୍ଚ୍ଚା ବିଶାରଦଙ୍କ ମହଲରେ ଜୋର ଧରିଛିି ।

Related Articles

Back to top button
WP Twitter Auto Publish Powered By : XYZScripts.com